
ଭୁବନେଶ୍ୱର (ଓଡ଼ିଶା ଟୁଡେ) ୩୧।୦୮ : ଆଜିଠୁ ଉତକେଲାକୁ ଉଡ଼ିଲା ବିମାନ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ଉତକେଲା ବିମାନ ବନ୍ଦରକୁ ପ୍ରଥମ ବିମାନ ଯାତ୍ରାର ଶୁଭାରମ୍ଭ ହୋଇଛି।
ତେବେ ଗ୍ବାଲିଅରରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲରେ ଉଦଘାଟନ କରିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫ୍ଲାଗ ଅପ୍ କରିଛନ୍ତି। ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, କ୍ଯାପଟେନ୍ ଦିବ୍ୟଶଙ୍କର ମିଶ୍ର ଓ ପୁଷ୍ପେନ୍ଦ୍ର ସିଂଦେଓ ପ୍ରଥମ ଯାତ୍ରୀ ଭାବେ ଭୁବନେଶ୍ୱରରୁ ଉତକେଲା ଯାଇଛନ୍ତି। ଉତକେଲାରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ ଯୋଗ ଦେଇଥିଲେ।
ପ୍ରତିଦିନ ସକାଳ ୭ଟା ୧୫ରେ ଭୁବନେଶ୍ୱର ଛାଡ଼ିବ ଓ ୮ ଟା ୨୫ ରେ ଉତ୍କେଲାରେ ପହଞ୍ଚିବ। ଉତ୍କେଲାରୁ ସକାଳ ୮ଟା ୫୦ରେ ବାହାରି ୧୦ଟାରେ ଭୁବନେଶ୍ୱର ପହଞ୍ଚିବ ବିମାନ। ପ୍ରାରମ୍ଭିକ ଭାବେ ଟିକେଟର ଦାମ ୯୯୯ ଟଙ୍କା ରହିଛି। ତେବେ ବହୁପ୍ରତୀକ୍ଷିତ ବିମାନ ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ କଳାହାଣ୍ଡିରେ ଖୁସିର ଲହରୀ ଖେଳିଯାଇଛି l