
ଭୁବନେଶ୍ୱର (ଓଡ଼ିଶା ଟୁଡେ): ବିଜୁ ଜନତା ଦଳର ଆଇଟି ସେଲ ସଭାପତି ତଥା ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ବଣିକ ର ପ୍ରତିଷ୍ଠାତା ସୁବ୍ରତ ଛାଟୋଇ ୫-ଟି ସଚିବ ଭି କେ ପାଣ୍ଡିଆନ ଏବଂ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ବବି ଦାସଙ୍କ ଅତି ଘନିଷ୍ଠ ଭାବେ ଜଣାଶୁଣା । ବିଜୁ ଜନତା ଦଳର ଆଇଟି ବିଭାଗ ସମ୍ଭାଳନ୍ତି ସୁବ୍ରତ । ତେବେ ଏବେ ବେଶ୍ କିଛି ଦିନ ସେ ପ୍ରତ୍ୟକ୍ଷ ରାଜନୀତିକୁ ଏଣ୍ଟ୍ରୀ କରୁଥିବା ସୂଚନା ମିଳୁଛି । ନିମାପଡ଼ା ବିଧାୟକ ସମୀର ଦାଶ ବିବାଦରେ ଛନ୍ଦି ହୋଇ ମନ୍ତ୍ରୀ ପଦ ହରାଇଥିବା ବେଳେ ୫- ଟି ସଚିବଙ୍କ ଗସ୍ତ ବେଳେ ସଂଖ୍ୟାଧିକ ଲୋକ ଯୋଗାଡ଼ କରିଥିଲେ ଶ୍ରୀ ସମୀର ଦାଶ । କିନ୍ତୁ ମଞ୍ଚରେ ସମସ୍ତ ବାହାବା ନେଇଗଲେ ସୁବ୍ରତ । ସୁବ୍ରତଙ୍କ ଘର ଅସ୍ତରଙ୍ଗ ଅଞ୍ଚଳରେ ହୋଇଥିବା ବେଳେ ୫- ଟି ସଚିବଙ୍କ ଗସ୍ତ ଦିନ ସଚିବ ଟିକେ ବିଳମ୍ବରେ ପହଞ୍ଚିବାରୁ ସଭାକୁ ଆଗକୁ ନେଇଥିଲେ ସୁବ୍ରତ । ଆଉ ଏହା ହିଁ ଚର୍ଚ୍ଚାର ଖୋରାକ ଯୋଗାଇଛି । ସୁବ୍ରତଙ୍କ ହାତରେ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ବଣିକ’ ରହିଥିବାରୁ ସେ ମଧ୍ୟ ବିଭିନ୍ନ ସଭା କୁ ଲୋକ/ ଛାତ୍ରଛାତ୍ରୀ ଆଣି ଗହଳି ସୃଷ୍ଟି କରନ୍ତି । ତେବେ ସୁବ୍ରତ ଆଗକୁ ପ୍ରତ୍ୟକ୍ଷ ରାଜନୀତିକୁ ଆସୁଛନ୍ତି କି ନାହିଁ ତାହା ସମୟ ହିଁ କହିବ ।