‘ଇଣ୍ଡିଆ’ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ କେଜ୍ରିୱାଲ?

ନୂଆଦିଲ୍ଲୀ (ଏଜେନ୍ସି): ‘ଇଣ୍ଡିଆ’ ମେଣ୍ଟର ପରବର୍ତ୍ତୀ ବୈଠକ ପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍) ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଛି । ଦଳ କହିଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ସେ ଏପରି ଏକ ମଡେଲ୍ ଦେଇଛନ୍ତି ଯାହା ଦ୍ବାରା ସମଗ୍ର ଦେଶ ଉପକୃତ ହୋଇପାରିବ।

ଦଳର ମୁଖ୍ୟ ଜାତୀୟ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି ଯେ କେଜ୍ରିୱାଲ ସର୍ବଦା “ଜନକଲ୍ୟାଣ’ ବଜେଟ୍ ଉପସ୍ଥାପନ କରିଛନ୍ତି ।

ମୁମ୍ବାଇରେ ବିରୋଧୀ ମେଣ୍ଟ ‘ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ’ (ଇଣ୍ଡିଆ)ର‌ ପରର୍ବତ୍ତୀ ବୈଠକ ପୂର୍ବରୁ ଆପ୍ ଏଭଳି ମନ୍ତବ୍ୟ ଦେଇଛି ।
ସେ କହିଛନ୍ତି ଯେ କେଜ୍ରିୱାଲ ସର୍ବଦା ଲୋକଙ୍କ ସମସ୍ୟା ଉଠାଇଛନ୍ତି ଏବଂ ଏଭଳି ଏକ ମଡେଲ ଦେଇଛନ୍ତି ଯାହା ଦ୍ବାରା ଲୋକ ଉପକୃତ ହୋଇଛନ୍ତି। ମୁଁ ଚାହେଁ ସେ ‘ଇଣ୍ଡିଆ’ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ, କିନ୍ତୁ ନିଷ୍ପତ୍ତି ମୋ ହାତରେ ନାହିଁ |

ଆପ୍ ର ଦିଲ୍ଲୀର ସଂଯୋଜକ ଗୋପାଳ ରାୟ କହିଛନ୍ତି, ପ୍ରତ୍ୟେକ ଦଳ ଏହାର ନେତା ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚାହାଁନ୍ତି । ଆପ୍ ସଦସ୍ୟମାନେ ମଧ୍ୟ ଚାହୁଁଛନ୍ତି ଯେ ସେମାନଙ୍କ ଜାତୀୟ ଆବାହକ (କେଜ୍ରିୱାଲ) ପ୍ରଧାନମନ୍ତ୍ରୀ ହୁଅନ୍ତୁ। ‘ଇଣ୍ଡିଆ’ ମେଣ୍ଟର ସମସ୍ତ ସଦସ୍ୟ ଏକାଠି ହେବେ ଏବଂ ଯାହା ନିଷ୍ପତ୍ତି ନିଆଯିବ, ଆମେ ତଦନୁଯାୟୀ ଆଗକୁ ବଢ଼ିବୁ।

ହେଲେ ଦଳର ଦୁଇ ମୁଖପାତ୍ରଙ୍କ ଏପରି ବୟାନ ନେଇ ଆପ୍ ନେତ୍ରୀ ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଅତିଶୀ ସ୍ପଷ୍ଟୀକରଣ ରଖିଛନ୍ତି ‌। ସେ କହିଛନ୍ତିି, କେଜ୍ରିୱାଲ ପ୍ରଧାନମନ୍ତ୍ରୀ ଦୌଡ଼ରେ ନାହାଁନ୍ତି ‌। ପ୍ରଧାନମନ୍ତ୍ରୀ ହେବାକୁ ତାଙ୍କର କୌଣସି ଅଭିଳାଷ ନାହିଁ ।

Leave a Reply

Your email address will not be published. Required fields are marked *