
ନୀଳଗିରି (ଓଡ଼ିଶା ଟୁଡେ) ୩୧।୦୮ : ନୀଳଗିରି ବିଜେଡିରେ ଆଜି ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଗରଡ଼ିହି ପଞ୍ଚାୟତ ଚେକାମରା ଗ୍ରାମର ବିଜେପି ସମର୍ଥିତ ପୂର୍ବତନ ସରପଞ୍ଚ ଶକୁନ୍ତଳା ସିଂଙ୍କର ପୁତ୍ରବଧୂ ସସ୍ମିତା ସିଂ ଆଜି ବିଜେପି ଦଳ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିନେତା ସନ୍ତୋଷ ଖଟୁଆ ତାଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ ।
ଦଳରେ ମିଶିବା ପରେ ଶ୍ରୀମତୀ ସିଂ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ତାଙ୍କର ପରିବାର ବିଜେପି ଦଳରେ ବହୁ ବର୍ଷ ଧରି ଥିବାବେଳେ ମୁଁ ବହୁତ ଭାବିଚିନ୍ତି ଦଳ ଛାଡି ଏ ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି । ମୁଁ ଜଣେ ଉଚ୍ଚ ଶିକ୍ଷିତା ହୋଇଥିବା ବେଳେ ଲୋକଙ୍କ ସେବାପାଇଁ କରିବାକୁ ଚାହୁଁଛି । ବିଜୁ ଜନତା ଦଳ ଆଗକୁ ବଢିବାକୁ ଏହି ପ୍ଲାଟଫର୍ମ ଯୋଗାଇ ଦେଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଥିବା କହିଛନ୍ତି ।
ଏହି ମିଶ୍ରଣ ପର୍ବରେ ଏସଡିସି ଚେୟାରମ୍ୟାନ ମଦନ ମୋହନ ମାଝୀ, ବିଜେଡି ସମର୍ଥିତ ବ୍ଲକ ଚେୟାରମ୍ୟାନ ଶୁଭଲକ୍ଷ୍ମୀ ମାଝୀ, ବିଜେଡିର ନୀଳଗିରି ଏନଏସି ଚେୟାରମ୍ୟାନ ଅମ୍ବିକା ଦାସ, ରବୀନ୍ଦ୍ର ନାୟକ, କୃତିବାସ ବେହେରା, ସୁରେଶ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ବିଜେଡିରେ ମିଶିଥିବା ସସ୍ମିତା ସିଂ ହେଉଛନ୍ତି ସୁଦର୍ଶନ ସିଂ ଓ ପୁର୍ବତନ ବିଜେପି ସମର୍ଥିତ ସରପଞ୍ଚ ଶକୁନ୍ତଳା ସିଂ ଙ୍କ ପୁତ୍ରବଧୁ ତଥା ଶିକ୍ଷାବିତ ସ୍ବର୍ଗତ ସୁଶୀଲ ସିଂଙ୍କ ଭାଇବୋହୂ ।