ଫୋନ୍‌ପେ ଲଞ୍ଚ କଲା ନିଜସ୍ୱ ଶେୟାର ମାର୍କେଟ୍‌ ଆପ୍, ଗ୍ରାହକଙ୍କୁ ମିଳିବ ଟ୍ରେଡିଂ ସହ ଏହି ସବୁ ଫାଇଦା

ନୂଆଦିଲ୍ଲୀ (ଏଜେନ୍ସି) : ଲୋକପ୍ରିୟ ଡିଜିଟାଲ ପେମେଣ୍ଟ ଆପ୍ ଫୋନ୍‌ପେ ଏକ ନୂଆ ଆପ୍‌ ଲଞ୍ଚ କରିଛି। ଆଉ ଏହି ଆପ୍‌ ମାଧ୍ୟମରେ କମ୍ପାନି ଶେୟାର ମାର୍କେଟ୍‌ ଟ୍ରେଡିଂ କ୍ଷେତ୍ରରେ ପାଦ ରଖିଛି। ଏହି ଆପ୍‌ ସ୍ବତନ୍ତ୍ର ଭାବେ ଶେୟାର ମାର୍କେଟ ବ୍ରୋକିଂ ପାଇଁ ଉଦ୍ଧିଷ୍ଟ। ଏହି ନୂଆ ଆପ୍‌ର ନାଁ ରହିଛି Share.market (ShareDotMarket)। ଏହା ବ୍ୟତୀତ ଫୋନ୍‌ପେ ନିଜର ଆଇପିଓ ଆଣିବା ଦିଗରେ ମଧ୍ୟ ଆଗେଇଛି। ଏହି ନୂଆ ଶେୟାର ବ୍ରେକିଂ ପ୍ଲାଟ୍‌ଫର୍ମରେ ସହଜ​‌ରେ ୟୁର୍ଜସ ମାର୍କେଟରେ ନିବେଶ କରିବା ଏବଂ ଲାଭ କମାଇ ପାରିବେ।

ଫୋନ୍‌ପେ ସିଇଓ ଏବଂ କୋ ଫାଉଣ୍ଡର ସୀମର ନିଗମ ବୁଧବାର ଏହି ନୂଆ ସେୟାର ଟ୍ରେଡିଂ ଆପ୍‌ ପ୍ଲାଟଫର୍ମର ଆଧିକାରୀକ ଘୋଷଣା କରିଛନ୍ତି। ଏହି ପ୍ଲାଟଫର୍ମ ସହ ନିଜକୁ ଏକ ବଡ଼ ଫିନ୍‌ଟେକ୍‌ କମ୍ପାନି ଭାବରେ ମଜବୁତ କରିବା ପାଇଁ କମ୍ପାନିର ଚେଷ୍ଟା ରହିଛି। ଏହି ନୂଆ ଆପ୍‌ ଦ୍ବାରା ୟୁଜର୍ସ ଶେୟାର ମାର୍କେଟରେ ନିବେଶ କରିବା ବ୍ୟତୀତ ଟ୍ରେଡିଂର ସହଜ ବିକଳ୍ପ ମିଳିଯିବ। ଏହି ଆପ୍‌ରେ ଶେୟାର ଇନ୍‌ସାଇଟ୍ସ ମଧ୍ୟ ଶେୟାର କରିପାରିବେ, ଯେଉଁଥିରେ ଗ୍ରାହକଙ୍କୁ ନିବେଶର ଉତ୍ତମ ଜ୍ଞାନ ମିଳିପାରିବ ।

ନିକଟରେ ଫୋନ୍‌ପେ ନିଜର ପ୍ୟାରେଣ୍ଟ କମ୍ପାନି ଫ୍ଲିପ୍‌କାର୍ଟ ଠାରୁ ଅଲଗା ହୋଇଥିଲା। ଏହି ଅଲଗା ହେବା ପ୍ରକ୍ରିୟା ମଧ୍ୟ ଏବେ ସଂପୂର୍ଣ୍ଣ ହୋଇଛି। କାରଣ ଶେୟାର ମାର୍କେଟକୁ ଆସିବା ଏବଂ ଆଇପିଓ ଆଣିବା ପାଇଁ ଫୋନ୍‌ପେକୁ ଏହାର ପ୍ୟାରେଣ୍ଟ କମ୍ପାନିରୁ ଅଲଗା ହେବାର ବାଧ୍ୟତାମୂଳକଥିଲା । ଯାହା ଏବେ ପୂରା ହୋଇଛି। ଏମିତିରେ ଯଥାଶୀଘ୍ର ଏହାର ଆଇପିଓ ଆସିପାରେ ।

Leave a Reply

Your email address will not be published. Required fields are marked *