
ବୁଗୁଡ଼ା (ଓଡ଼ିଶା ଟୁଡେ): ପବିତ୍ର ରକ୍ଷା ବନ୍ଧନ ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବୁଗୁଡ଼ା ପକ୍ଷରୁ ସ୍ଥାନୀୟ ଥାନା, ଚିକିତ୍ସାଳୟ, ବ୍ଲକ୍ ଅଫିସ୍, ତହସିଲ ଅଫିସ, ଅଗ୍ନିଶମ କେନ୍ଦ୍ର କୁ ଯାଇ ପରିଷଦର ଭଉଣୀ ମାନେ ରାକ୍ଷୀ ବାନ୍ଧିଥିଲେ । ଏହି କାର୍ଯ୍ୟକ୍ରମରେ ଏବିଭିପି ଘୁମୁସର ଜିଲ୍ଲା ସଂଯୋଜକ ରାକେଶ ଜେନା, ଶାନ୍ତୁନୁ ସେଠୀ, ସୁମନ ଭଞ୍ଜ, ମାମାଲି ନାୟକ, ସନିଆ ଭଞ୍ଜଙ୍କ ସମେତ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହା ପୂର୍ବରୁ ବଳଦେବ ମନ୍ଦିରରେ ରାକ୍ଷୀ ପୂଜା କରାଯାଇ ଜମ୍ମକାଶ୍ମୀର ଓ ଲଦାଖରେ ରହୁଥିବା ବୀର ଯବାନଙ୍କ ନିକଟକୁ ପୋଷ୍ଟ ରେ ରାକ୍ଷୀ ପ୍ରେରଣ କରାଯାଇଥିଲା ।