ରିଲିଜ ହେଲା ଶାହରୁଖଙ୍କ ଫିଲ୍ମ ‘ଯବାନ୍’ର ଟ୍ରେଲର

ମୁମ୍ବାଇ: ରିଲିଜ ହେଲା କିଙ୍ଗ ଖାନ୍‌ ଶାହାରୁଖ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ `ଯବାନ୍’ର ଟ୍ରେଲର । ଜବରଦସ୍ତ ଆକ୍ସନ, ଦମଦାର ଡାଇଲଗ୍ ନେଇ ଆସୁଥିବା ଫିଲ୍ମ ‘ଯବାନ’ର ଟ୍ରେଲର ଆଜି ରିଲିଜ୍ ହୋଇଛି। ରୋମାଣ୍ଟିକ, ଷ୍ଟାଇଲିସ ଓ ଡ୍ୟାସିଂ ହିରୋଙ୍କ ଏପରି ଲୁକ୍ସ ଫିଲ୍ମ ଲଭରଙ୍କୁ ଖୁବ୍ ପସନ୍ଦ ଆସିଛି। ଟ୍ରେଲରରେ ଶାହରୁଖ ଟ୍ରେନ୍ ହାଇଜାକ୍ କରୁଥିବା ନଜର ଆସିଛି । ଏଟ୍‌ଲିଙ୍କ ନିର୍ଦ୍ଦେଶିତ `ଯବାନ୍‌’ ସେେପ୍ଟମ୍ବର ୭ରେ ରିଲିଜ୍‌ ହେବ ।

ଏହି ଫିଲ୍ମରେ ଶାହାରୁଖ୍‌ଙ୍କ ସହ ନୟନତାରା, ପ୍ରିୟାମଣି, ସାନ୍ୟା ମଲହୋତ୍ରା, ବିଜୟ ସେତୁପତୀ ପ୍ରମୁଖ ଦେଖାଯିବେ। ଏଥିରେ ଦୀପିକା ପାଦ୍ୟୁକୋନ୍‌ ଅତିଥି କଳାକାର ଭାବେ ଦେଖାଯିବେ। ଫିଲ୍ମରେ ପୋଲିସ କ୍ୟାରେକ୍ଟର ପ୍ଲେ କରୁଛନ୍ତି ସାଉଥ ସୁନ୍ଦରୀ ନୟନତାରା । ଫିଲ୍ମରେ ଶାହରୁଖଙ୍କ ମିଶନର ମୁଦ୍ଦା ହୋଇଥିବା ଭିଲେନ୍ ବିଜୟ ସେତୁପତିଙ୍କୁ ବଲିଉଡ଼ରେ ଦେଖିବାକୁ ଫ୍ୟାନ୍ ବି ୱେଟ୍ କରିଛନ୍ତି । ଶାହରୁଖ ଓ ବିଜୟ ସେତୁପତିଙ୍କର ଦମଦାର ଟକ୍କର ହେବ ବୋଲି ଫିଲ୍ମର ଟ୍ରେଲରରୁ ବାରି ହୋଇପଡ଼ୁଛି । ଇତିମଧ୍ୟରେ ଫିଲ୍ମର ଗୀତ ‘ ଜିନ୍ଦା ବନ୍ଦା’ ଓ ‘ଚଲେୟା’ ରିଲିଜ୍‌ ହୋଇଛି। ନୟନତାରା ଓ ଶାହାରୁଖ୍‌ଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ‘ଯବାନ୍‌’ ମଧ୍ୟ ‘ପଠାନ୍’ ଭଳି ହିଟ୍‌ ହେବ ବୋଲି ଶାହାରୁଖ୍‌ଙ୍କ ପ୍ରଶଂସକମାନେ ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *