ସାମ୍ନାକୁ ଆସିଲା ‘Tiger-3’ର ପ୍ରଥମ ପୋଷ୍ଟର, ଦମ୍‌ଦାର ଲୁକ୍‌ରେ ସଲମାନ-କ୍ୟାଟ୍ରିନା

ମୁମ୍ବାଇ (ଏଜେନ୍ସି) : ‘ଟାଇଗର-୩’ ଜରିଆରେ ପୁଣି ବଡ଼ ପରଦାରେ ନଜର  ଆସିବେ ସଲମାନ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ । ଫିଲ୍ମଟି  ଆସନ୍ତା ନଭେମ୍ବର ୧୦ ତାରିଖରେ ଦୀପାବଳି ଅବସରରେ  ମୁକ୍ତିଲାଭ କରିବ । ଗତ ଶନିବାର ଏହାର ନୂଆ ପୋଷ୍ଟର୍‌  ରିଲିଜ୍‌ ହୋଇଛି । ଆସନ୍ତା ୭ ତାରିଖରେ ଏହାର ଟିଜର୍‌  ରିଲିଜ୍‌ ହେବ ।

ମନୀଷ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି  ପ୍ରୋଜେକ୍ଟ ‘ଟାଇଗର’ ଫ୍ରାଞ୍ଚାଇଜିର ୩ୟ ଫିଲ୍ମ । ଏହାର  ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଆଦିତ୍ୟ ଚୋପ୍ରା । ସଦ୍ୟ ଜାରି ହୋଇଥିବା ପୋଷ୍ଟର୍‌ରେ ସଲମାନ-କ୍ୟାଟ୍ରିନା ଇଣ୍ଟେନ୍ସ  ଲୁକ୍‌ରେ ନଜର ଆସୁଛନ୍ତି । ଉଭୟ ଅବିନାଶ ସିଂହ ରାଠୋର  ଓ ଜୋୟା ଚରିତ୍ର ଜରିଆରେ ପୁଣି ପରଦାକୁ ଫେରିବେ ।  ୟଶରାଜ୍‌ ଫିଲ୍ମସ ୟୁନିଭର୍ସର ‘ଟାଇଗର ଜିନ୍ଦା ହୈ’, ‘ୱାର୍‌’  ଓ ‘ପଠାନ୍‌’ ସହ ସଂଶ୍ଳିଷ୍ଟ କାହାଣୀ ଫିଲ୍ମରେ ଦେଖିବାକୁ  ମିଳିବ ବୋଲି ଚର୍ଚ୍ଚା ହେଉଛି ।

ସଲ୍ଲୁ ସୋସିଆଲ ମିଡିଆରେ  ହିନ୍ଦୀ, ଇଂରାଜୀ, ତାମିଲ,  ତେଲୁଗୁରେ ଫିଲ୍ମର ପୋଷ୍ଟର  ଶେୟାର କରି ଲେଖିଛନ୍ତି ‘ମୁଁ  ଆସୁଛି! ଦିୱାଲୀ-୨୦୨୩ରେ  ଟାଇଗର୍‌-୩!’ ଏହି ପୋଷ୍ଟ୍‌କୁ  ନେଇ ସଲ୍ଲୁଙ୍କ ଫ୍ୟାନ୍‌ ଲଗାତାର  ପ୍ରତିକ୍ରିୟା ଦେଉଛନ୍ତି । କ୍ୟାଟ୍ରିନା  ପୋଷ୍ଟର ଶେୟାର କରି  ଲେଖିଛନ୍ତି ‘ନୋ ଲିମିଟ୍ସ, ନୋ  ଫିୟର, ନୋ ଟର୍ନିଂ ବ୍ୟାକ୍‌!  ଏଇ ଦିୱାଲିରେ ‘ଟାଇଗର-୩’ ।’ପ୍ରଯୋଜକ ଆଦିତ୍ୟ  ଚୋପ୍ରାଙ୍କ ଫିଲ୍ମ ‘ଏକ୍‌ ଥା  ଟାଇଗର’ ଜରିଆରେ ୨୦୧୨  ମସିହାରେ ସ୍ପାଇ ୟୁନିଭର୍ସର  ଶୁଭାରମ୍ଭ ହୋଇଥିଲା ।

Leave a Reply

Your email address will not be published. Required fields are marked *