
କଟକ (ଓଡ଼ିଶା ଟୁଡେ) : ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଜନାଦୃତ ହୋଇ ଓଡ଼ିଶାରେ ଶାସନ ଭାର ସମ୍ଭାଳି ଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳର ଆଦର୍ଶରେ ଅନୁପ୍ରାଣିତ ହୋଇ ଯୁବଗୋଷ୍ଠୀ ବିଜୁ ଜନତା ଦଳର ସାଙ୍ଗଠନିକ କାର୍ଯ୍ୟ ରେ ନିଜକୁ ସାମିଲ କରୁଛନ୍ତି । ସେହିପରି ବିଜେଡି ରାଜ୍ୟ ରାଜନୀତିର ଜଣେ ଯୁବ ଚେହେରା ହେଉଛନ୍ତି ମାହାଙ୍ଗା ଅଞ୍ଚଳର ପ୍ରକାଶ ମହାନ୍ତି । ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତ୍ୟେକ ନିର୍ଦ୍ଦେଶ ପାଳନ କରିବା ସହ ବିଜୁ ଜନତା ଦଳର ସାଙ୍ଗଠନିକ କାର୍ଯ୍ୟରେ ନିଜକୁ ସମର୍ପିତ କରିଦେଇଛନ୍ତି । ଛାତ୍ର ସମାଜ ହେଉ ବା ଯୁବ ସମାଜ, ସାଧାରଣ ଲୋକଙ୍କ ଭିତରେ ରହି ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ଗୁଡ଼ିକୁ ତୃଣମୂଳ ସ୍ତରରେ ପହଞ୍ଚାଇ ଦଳର ସ୍ଥିତିକୁ ଆହୁରି ସୁଦୃଢ଼ କରିବା ତାଙ୍କର ଲକ୍ଷ ଓ କର୍ତ୍ତବ୍ୟ ପାଲଟିଛି । ଆଗାମୀ ଦିନରେ ଯୁବ ବିଜେଡିର ରାଜ୍ୟ ସଭାପତି ପଦ ତାଙ୍କୁ ମିଳିପାରେ ବୋଲି କର୍ମୀ ମହଲରେ ଚର୍ଚ୍ଚା ହେଉଛି ।