
ଓଡ଼ିଶା ଟୁଡେ (୧୬/୧୦/୨୩): ନବରାତ୍ର ଦ୍ଵିତୀୟ ଦିନ ମା ଦୁର୍ଗାଙ୍କର ବ୍ରହ୍ମଚାରିଣୀ ସ୍ୱରୂପର ପୂଜା କରାଯାଇଥାଏ। ମାଆ ପାର୍ବତୀ ଭଗବାନ ଶିବଙ୍କୁ ପତି ରୂପରେ ପାଇବା ପାଇଁ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ବ୍ରହ୍ମଚାରୀଣୀ ଭାବେ କଠୋର ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରି ଘୋର ତପସ୍ୟା କରିଥିଲେ । ଏହି କଠିନ ତପସ୍ୟା କାରଣରୁ ତାଙ୍କ ନାମ ବ୍ରହ୍ମଚାରିଣୀ ହୋଇଥିଲା। ନବରାତ୍ର ପୂଜାରେ ସାଧକ ମୂଳଧାର ଚକ୍ରରେ ସିଦ୍ଧ ହେବାପରେ କାୟ ମନ ବାକ୍ୟରେ ବ୍ରହ୍ମଚର୍ଯ୍ୟ ବ୍ରତରେ ପ୍ରତିଷ୍ଠିତ ହେବ। ଏହାପରେ ସିଏ ମାତୃ ସାଧନା ରେ ଅଗ୍ରସର ହୋଇପାରିବ। ଏହାସହ ଲକ୍ଷ୍ୟ ଭ୍ରଷ୍ଟ କରାଉଥିବା ରାହୁ ଗ୍ରହ ନିମନ୍ତେ ଦୂର୍ଗାଙ୍କର ଏହି ରୂପର ଆରାଧନା ମଧ୍ୟ କରା ଯାଇଥାଏ ।