ଭି.କେ ପାଣ୍ଡିଆନ୍‌ ଙ୍କ ସ୍ଵେଚ୍ଛାକୃତ ଅବସରକୁ ମଞ୍ଜୁରୀ

ଭୁବନେଶ୍ୱର (ଓଡ଼ିଶା ଟୁଡେ) : ସ୍ୱେଚ୍ଛାକୃତ ଭାବେ ଅବସର ନେଲେ ଭି.କେ ପାଣ୍ଡିଆନ୍‌ । 5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍‌ଙ୍କୁ VRS ଅନୁମତି ମିଳିଛି । ପାଣ୍ଡିଆନ୍‌ଙ୍କ VRSକୁ ମଂଜୁର କରିଛି କେନ୍ଦ୍ର କାର୍ମିକ ମନ୍ତ୍ରାଳୟ । ଏନେଇ GA ବିଭାଗ ACSଙ୍କୁ ଚିଠି ଲେଖିଛନ୍ତି କାର୍ମିକ ମନ୍ତ୍ରାଳୟର ଅନୁସଚିବ । VRS ନେଇ ରାଜ୍ୟ ସରକାର ପଠାଇଥିବା ଆବେଦନ ମଂଜୁର ହୋଇଥିବା ସୂଚନା ଦିଆଯାଇଛି । ଅକ୍ଟୋବର ୨୦ରେ ରାଜ୍ୟ ପଠାଇଥିବା ଆବେଦନ ପତ୍ରକୁ ମଂଜୁରି ମିଳିଛି । ସର୍ବଭାରତୀୟ ସେବା ଆଇନ 16(2A) ଅନୁସାରେ ମଂଜୁର ହୋଇଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *