
କୋରାପୁଟ (ଅନିଲ କୁମାର ପାତ୍ର, ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ୩୦/୧୦/୨୩: ରାଉରକେଲା ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ କୋରାପୁଟ ଜୟପୁରର ଝିଅ ମାନେ ଅଂଶ ଗ୍ରହଣ କରି କୃତକାର୍ଯ୍ୟ ହୋଇଛନ୍ତି । ଉକ୍ତ ପ୍ରତିଯୋଗିତାରେ ୮୦ kg ବର୍ଗରେ ମହମ୍ମଦ ଫରିନ, ୫୧ kg ବର୍ଗରେ ଅନନ୍ୟା ଦାସ, ୭୩ kg re ପୁଷ୍ପାଞ୍ଜଳି ଜାନି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏଥି ସହ ୩୭ kg ବର୍ଗରେ ପ୍ରତ୍ୟାଶା ବାରିକ, ୫୨ kg ବର୍ଗରେ ସୁଜାତା ଖରା ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି । ସେହିପରି କେ ନମ୍ରତା, ସୃତି ସାହୁ, ଟି ଶ୍ରାବଣୀ, ସୋମାକ୍ଷି ଦୋରା ଗୋଟିଏ ଲେଖାଏଁ ରୌପ୍ୟ ପଦକ ପାଇଛନ୍ତି । ସେହିପରି ବଂଶିକା ଧୋଳ, ଅନ୍ୱେଷା ଖରା ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ପାଇଛନ୍ତି । ଏହି ଦଳର କୋଚ ଏବଂ ମ୍ୟାନେଜର ଭାବରେ କିକ୍ ବକ୍ସିଂ ଆସୋସିଏସନର ସମ୍ପାଦକ ନିରଞ୍ଜନ ପାଣିଗ୍ରାହୀ ଓ ରିହାନ ଖାନ ପ୍ରତିଯୋଗୀ ମାନଙ୍କ ସାଥିରେ ଯାଇଥିଲେ । କୃତୀ ପ୍ରତିଭା ମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣା ଯାଉଛି।