ଘୁମୁସର ଉପଜିଲ୍ଲାପାଳଙ୍କୁ ଓଡ଼ିଶା ଟୁଡେ ପରିବାର ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା

ଭଞ୍ଜନଗର (ଓଡ଼ିଶା ଟୁଡେ) ୦୨/୧୧/୨୩: ଘୁମୁସର ଉପଖଣ୍ଡରେ ନୂତନ ଭାବେ ଯୋଗ ଦେଇଥିବା ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ ଙ୍କୁ ଓଡ଼ିଶା ଟୁଡେ ପରିବାର ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି । ଏହି ଅବସରରେ ଓଡ଼ିଶା ଟୁଡେ ର ମୁଖ୍ୟ ପରିଚାଳକ ସୁବ୍ରତ କୁମାର ଦାଶ, ନ୍ୟୂଜ୍ ହେଡ୍ ବବି ରଥ, ସାମ୍ବାଦିକ ବିନାୟକ ଗୌଡ଼, ସାମ୍ବାଦିକ ସୁବାଶିଷ ମହାପାତ୍ର, ସମାଜସେବୀ ମନୋଜ ମିଶ୍ର ପ୍ରମୁଖ ନୂତନ ଭାବେ ଯୋଗ ଦେଇଥିବା ଉପଜିଲ୍ଲାପାଳ ଶ୍ରୀ ସେଠୀଙ୍କୁ ଉତ୍ତରୀୟ, ପୁଷ୍ପ ଗୁଚ୍ଛ ଏବଂ ମିଷ୍ଟାନ୍ନ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ଏହି ସମୟରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଉପସ୍ଥିତ ଥିଲେ । ନୂତନ ଉପଜିଲ୍ଲାପାଳଙ୍କ କାର୍ଯ୍ୟକାଳ ସମୟରେ ଘୁମୁସର ଉପଖଣ୍ଡର ଆହୁରି ଉନ୍ନତି ହେଉ ବୋଲି ଉପସ୍ଥିତ ସଦସ୍ୟ ମାନେ ଶୁଭେଚ୍ଛା ପ୍ରଦାନ କରିଥିଲେ । ଘୁମୁସର ପ୍ରେସ କ୍ଳବ୍, ମା ବାପାଙ୍ଗୀ ଡେଭଲପମେଣ୍ଟ ଟ୍ରଷ୍ଟ ଏବଂ ଘୁମୁସର ସେବା ସଂଗଠନକୁ ପ୍ରତିନିଧିତ୍ଵ କରୁଥିବା ବବି ରଥ ଘୁମୁସର ର ପ୍ରଗତି କ୍ଷେତ୍ରରେ ଉକ୍ତ ଅନୁଷ୍ଠାନ ଗୁଡ଼ିକ ପ୍ରତି ସହଯୋଗ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *