ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଅସୁସ୍ଥ, ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲରେ ଭର୍ତ୍ତି

ପୁରୀ (ଓଡ଼ିଶା ଟୁଡେ)ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଅସୁସ୍ଥ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ବ୍ରେନ ଷ୍ଟ୍ରୋକ ଯୋଗୁ ସେ ଅସୁସ୍ଥ ହୋଇ ପଡିଥିଲେ । ଚିକିତ୍ସା ଜାରି ରହିଥିବା ବେଳେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତାଙ୍କୁ ମାଇଲ୍ଡ ବ୍ରେନ୍‌ ଷ୍ଟ୍ରୋକ ହୋଇଥିବା ଜଣାପଡ଼ିଛି । ଗତ 31 ତାରିଖ ରାତିରେ ବି ତାଙ୍କର ଷ୍ଟ୍ରୋକ୍‌ ହୋଇଥଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଅକ୍ଟୋବର 31 ତାରଖ ସନ୍ଧ୍ୟା ସମୟରେ ପୁରୀ ସହରରେ ବିଭିନ୍ନ ଅଞ୍ଚଳରେ ଗଜ ଲକ୍ଷ୍ମୀ ପୂଜା କମିଟି ଭ୍ରମଣ କରୁଥଲେ ପୁରୀର ପୂର୍ବତନ ବିଧାୟକ, ମନ୍ତ୍ରୀ ତଥା ବାଚସ୍ପତି ମହେଶ୍ବର ମହାନ୍ତି । ସେହି ସମୟରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା। ଏହାପରେ ତାଙ୍କର ଷ୍ଟ୍ରୋକ ହୋଇଥିଲା । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା କର୍ମୀ ମହଲରୁ ସୂଚାନା ମିଳିଛି। ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଦଳୀୟ କର୍ମୀ ।

ଗତ 1995 ମସିହାରୁ ଲଗାତାର ଭାବେ ମହେଶ୍ବର ମହାନ୍ତି ପୁରୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିଲେ । ଗତ 2019 ବିଧାନସଭା ନିର୍ବାଚନରେ ସେ ବିଜେପିଠାରୁ ପରାସ୍ତ ହୋଇଥିଲେ । ପ୍ରଥମେ ସେ ଜନତା ଦଳରୁ ଲଢ଼ି ବିଧାୟକ ହୋଇଥିଲେ । ପରେ ସେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଥିଲେ। ହେଲେ 2019 ନିର୍ବାଚନରେ ସେ ବିଜେପିଠାରୁ ପରାସ୍ତ ହେଇଥିଲେ। ସେ ପୁରୀ ବିଧାୟକ ହେବା ସହ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ଆଇନମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ ଏବଂ ବିଧାନସଭାରେ ବାଚସ୍ପତି ଭାବେ ସଫଳତାର ସହ ନିଜର ଦାୟିତ୍ଵ ନିର୍ବାହ କରିଛନ୍ତି ।

ଗତ ଅକ୍ଟୋବର 2 ତାରିଖରୁ ଆରମ୍ଭ ହୋଇଥିବା ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅକ୍ଟୋବର 12 ତାରିଖରେ ଶେଷ ହୋଇଥିଲା । ବରିଷ୍ଠ ନେତା ମହେଶ୍ବର ମହାନ୍ତି ଓ ତାଙ୍କ ପୁଅ ତଥା ବିଜୁ ଯୁବ ଜନତା ଦଳର ଉପସଭାପତି ସୁନିଲ ମହାନ୍ତି ପଦଯାତ୍ରାର ନେତୃତ୍ୱ ନେଇଥିଲେ । ମହେଶ୍ବର ଏହି ଜନ ସମ୍ପର୍କ ପଦଯାତ୍ରାରେ ନିଜ ପୁଅ ସୁନିଲ ମହାନ୍ତିଙ୍କୁ ନେତୃତ୍ବ ଦେଇ ପୁଅ ପାଇଁ ଆଶାୟୀ ଥିବା ଏକ ପ୍ରକାର ଚର୍ଚ୍ଚା ଜୋର ଧରିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁ ଜନ କଲ୍ୟାଣକାରୀ ଯୋଜନା ଲୋକଙ୍କ ନିକଟରେ ଠିକ୍‌ରେ ପହଞ୍ଚାଇବାକୁ ସେ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *