ଗଞ୍ଜାମ – କନ୍ଧମାଳ ସୀମାବର୍ତ୍ତି ଅଞ୍ଚଳରେ ଅର୍ଥମନ୍ତ୍ରୀଙ୍କ ଦ୍ଵାରା ଉନ୍ନୟନ ପ୍ରକଳ୍ପ ଉଦଘାଟନ

ଭଞ୍ଜନଗର (ସୁବାଶିଷ ମହାପାତ୍ର, ଓଡ଼ିଶା ଟୁଡେ) ୧୯/୧୧/୨୩: ଭଞ୍ଜନଗର ବ୍ଲକ ଗଞ୍ଜାମ – କନ୍ଧମାଳ ସୀମାନ୍ତରେ ଥିବା ଦଦରାଲୁଣ୍ଡା ପଞ୍ଚାୟତର ଦୁର୍ଗମ ଅଞ୍ଚଳ ଦୁର୍ଗାପ୍ରସାଦ ଓ ଉଲୁଙ୍ଗିଆ ଠାରେ ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଦଦରାଲୁଣ୍ଡାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ୧୫୭ ନଂ ଜାତୀୟ ରାଜପଥ ଠାରୁ ପଇତା ଗାଁ ଭାୟା ଦଦରାଲୁଣ୍ଡା, ସାଧୁ ଗାଁ, ଭାଲୁଗୁଡ଼ା ରାସ୍ତାର ଉନ୍ନତିକରଣ କାର୍ଯ୍ୟ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୧୮ ଫୁଟ ଓସାର ଏହି ୫କିମି ରାସ୍ତା ୫କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ। ଏହାପରେ ଦୁର୍ଗାପ୍ରସାଦ ଠାରେ ୫୫, ୬୫, ୦୫୪ଟଙ୍କା ବ୍ୟୟରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ଉଦଘାଟନ କରିଥିଲେ । ତାପରେ ଉଲିଙ୍ଗିଆ ଠାରୁ ଗୁମି ସାହି ଭାୟା ବଡ଼ ସାହି, ଡୁମୁରି ସାହି, ରାଇପଦା ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଗ୍ରାମର ସମସ୍ତ ସାହିକୁ ଯୋଗାଯୋଗ କରୁଥିବା ଏହି ୫ କିଲୋମିଟର ରାସ୍ତା ନିର୍ମାଣ ବାବଦରେ ୪କୋଟି ୪୩ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏଥିସହ ପାନୀୟ ଜଳଯୋଗାଣ ପ୍ରକଳ୍ପ ଦ୍ବାରା ୬୪ଲକ୍ଷ ଟଙ୍କା ବିନିଯୋଗରେ ସୌରଶକ୍ତି ସାହାଯ୍ୟରେ ଘରକୁ ଘର ପାଇପ ଯୋଗେ ପାନୀୟ ଜଳଯୋଗାଇ ଦିଆଯିବ । ଏହି ଉପାନ୍ତ ଅଞ୍ଚଳବାସୀଙ୍କ ଉନ୍ନତି ପାଇଁ ମୋ’ ଘର, ରାସନକାର୍ଡ଼, ବିଜୁ ସ୍ବାସ୍ଥ୍ୟ କଲ୍ୟାଣକାର୍ଡ, ଭତ୍ତା ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ଆରୁଖ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀ ଶ୍ରୀ ଆରୁଖ ଆଗାମୀ ଦିନରେ ଉକ୍ତ ଅଞ୍ଚଳର ବିକାଶ ପାଇଁ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ବିଭିନ୍ନ ଯୋଜନା ସମ୍ପର୍କରେ ଜନ ସାଧାରଣଙ୍କୁ ଅବଗତ କରିଥିଲେ । ଏଥିସହ ବହୁ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ, ଶୀତକୁ ଦୃଷ୍ଟିରେ ରଖି ଗରିବ ଅସହାୟ ଲୋକଙ୍କୁ କମ୍ବଳ ଓ ଯୁବଗୋଷ୍ଠୀଙ୍କୁ ସାର୍ଟ ବଣ୍ଟନ କରିଥିଲେ । ଏଥିରେ ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ପ୍ରଧାନ, ସଙ୍ଗଠକ ରାଜ କୁମାର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ, ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଜିତେନ୍ଦ୍ର କେଶରୀ ଆରୁଖ, ଶୈଳବାଳା ବିଷୋୟୀ, ସାଂସଦ ପ୍ରତିନିଧି ପଞ୍ଚାନନ ପାଳ, ଶୂଳପାଣି ଶତପଥୀଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ, ବହୁ ବିଜେଡି ନେତୃବୃନ୍ଦ ଓ ସମର୍ଥକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *