ବିଜେପି ପକ୍ଷରୁ ନୟାଗଡ଼ ବ୍ଳକ ଘେରାଉ, ବ୍ଳକ ଗେଟ ରେ ତାଲା ପକାଇଲେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ

ନୟାଗଡ଼ (ଓଡ଼ିଶା ଟୁଡେ): ନୟାଗଡ଼ ପକ୍ଷରୁ ନୟାଗଡ଼ ପଞ୍ଚାୟତ ସମିତିରେ ଚାଲିଥିବା ବିଭିନ୍ନ ଦୁର୍ନୀତି ବିରୁଦ୍ଧରେ ନୟାଗଡ଼ର ରାଣୀ ତଥା ପୂର୍ବତନ ସାଂସଦ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ନେତୃତ୍ୱରେ ନୟାଗଡ କଲେଜ ଛକଠାରୁ ଏକ ପ୍ରତିବାଦ ପଦଯାତ୍ରା ନୟାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ନୟାଗଡ଼ ପଞ୍ଚାୟତ ସମିତି ଘେରାଓ କାର୍ଯ୍ୟକ୍ରମ କରାଯାଇଅଛି। ଏହି ପଦଯାତ୍ରା ଆସୁଥିବା ସମୟରେ ରାସ୍ତାରେ ସାଧାରଣ ଲୋକଙ୍କ ପ୍ରବଳ ସମର୍ଥନ ଦେଖିବାକୁ ମିଳିଥିଲା।
ନୟାଗଡ଼ ପଞ୍ଚାୟତ ସମିତିରେ ଦିନକୁ ଦିନ ବଢୁଥିବା ଦୁର୍ନୀତି ବିରୁଦ୍ଧରେ ତଥା ନୟାଗଡ଼ର ସ୍ଵାର୍ଥ ନିମନ୍ତେ ଏହି ଲଢେଇରେ ଯୋଗଦାନ ଦେବା ପାଇଁ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ସମସ୍ତ ନୟାଗଡ଼ିଆଙ୍କୁ ଆହ୍ୱାନ କରିଥିଲେ। ନୟାଗଡ଼ ପଂଚାୟତ ସମିତିରେ ୧୮% ରୁ ୩୦% ପର୍ଯ୍ୟନ୍ତ ପିସି କାରବାର, ବେଆଇନ ଭାବେ ମନରେଗା କାର୍ଯ୍ୟ ଦୁର୍ନୀତି, କେନ୍ଦ୍ର ସରକାରଙ୍କ ଯୋଜନାକୁ ହାଇଯାକ କରି ରାଜ୍ୟ ସରକାରଙ୍କ ଯୋଜନା କହି ମିଥ୍ୟା ପ୍ରଚାର କରାଯିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିପୁଳ ପରିମାଣରେ ଟଙ୍କା କାରବାର, ଆମ ଓଡ଼ିଶା ନବୀନ ଓଡିଶା ନାମରେ ପଲ୍ଲିସଭା ନ କରାଯାଇ ଯେଉଁଭଳି ଶାସକ ଦଳ କର୍ମୀମାନଙ୍କୁ କାର୍ଯ୍ୟ କରାଯାଇ ନିର୍ବାଚନୀ ପାଣ୍ଠି ଠୁଳ କରିବା, ବିରୋଧୀ ସରପଞ୍ଚ ଜିତିଥିବା ଜାଗାରେ କାର୍ଯ୍ୟ ନ କରାଇବା, କନିଷ୍ଠ ଯନ୍ତ୍ରୀମାନେ ଶାସକ ଦଳର କର୍ମୀମାନଙ୍କ କଥାରେ ଉଠ ବସ ହୋଇ ମିଥ୍ୟା ବିଲ କରିବା ଇତ୍ୟାଦି ବିଷୟରେ ଏହି ପ୍ରତିବାଦ ସଭାରେ ବକ୍ତାମାନେ ନିଜର ଅଭିଭାଷଣରେ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ନସିର ଅହମ୍ମଦ, ଆଇନଜୀବୀ କୃପାସିନ୍ଧୁ ଗୌଡ଼, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ବରାଡ଼, ଦିଲ୍ଲୀପ ବେହେରା, ସୌମ୍ୟରଂଜନ ପ୍ରଧାନ, ପ୍ରଫୁଲ୍ଲ କୁମାର ପାଳ, ସିନ୍ଦୁରିଆ ସରପଞ୍ଚ ପ୍ରମୋଦ କୁମାର ବେହେରା, ଗମ୍ଭାରୀଡ଼ିହି ସରପଞ୍ଚ ସୁବାଷ ଚନ୍ଦ୍ର ପଟ୍ଟନାୟକ, ସମିତି ସଭ୍ୟ ହରଷ ଚନ୍ଦ୍ର ପଣ୍ଡା, ସୂର୍ଯ୍ୟମଣି ବେହେରା, ଆରତୀ ଗୌଡ଼, ନଗର ମଣ୍ଡଳ ସଭପତି ସମେତ ୧୧୦୦ରୁ ଉର୍ଦ୍ଧ୍ବ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଯଦି ନୟାଗଡ଼ ପଞ୍ଚାୟତ ସମିତିରେ ଦୁର୍ନୀତିକୁ ବନ୍ଦ କରାଯାଇ ଦୁର୍ନୀତିଗ୍ରସ୍ତ କନିଷ୍ଠ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ, ତେବେ ଏହାକୁ ନେଇ ଭାରତୀୟ ଜନତା ପାର୍ଟି, ନୟାଗଡ଼ ପକ୍ଷରୁ ଗଣଆନ୍ଦୋଳନ କରାଯିବ ବୋଲି ରାଜ୍ୟ ସଂଯୋଜକ, ପୁରୀ ଲୋକସଭା ସଂଯୋଗ, ରାଜ୍ୟ ପଞ୍ଚାୟତ ରାଜ ରାଜ୍ୟ ପ୍ରଭାରୀ ଶଙ୍କର ପରିଡା ଚେତାବନୀ ଦେଇଛନ୍ତି। ଏଥି ସହିତ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଉପସ୍ଥିତ ରହି ବ୍ଳକ ଗେଟ ରେ ତାଲା ପକାଇଥିଲେ ।

Leave a Reply

Your email address will not be published. Required fields are marked *