ବିଜେପି ପକ୍ଷରୁ ଛତ୍ରପୁର ବ୍ଲକ ଘେରାଉ

ଛତ୍ରପୁର (ଓଡ଼ିଶା ଟୁଡେ): ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ଭାଜପା ପକ୍ଷରୁ ଗଞ୍ଜାମ ଜିଲା ଛତ୍ରପୁର  ବ୍ଲକ ଘେରାଉ  କରାଯାଇଛି।  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା, ରାସନ କାର୍ଡରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟାପକ ମାତ୍ରାରେ ପିସି କାରବାରକୁ ବିରୋଧ କରି ଭାଜପା ପକ୍ଷରୁ ବୁଧବାର ଏହି ଆନ୍ଦୋଳନ କରାଯାଇଛି ।

ଏ ନେଇ ଛତ୍ରପୁରରେ ବିରାଟ ଶୋଭାଯାତ୍ରାରେ ଶତାଧିକ ହିତାଧୀକାରୀ ଓ ଭାଜପା  କର୍ମୀ ଆସି ବ୍ଲକ ଆଗରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାର ସମାଧାନ ପ୍ରତି ରାଜ୍ୟ ସରକାର ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଭାଜପା  ନେତୃବର୍ଗ ଚେତାବନୀ ଦେଇଛନ୍ତି। ବ୍ଲକ ଘେରାଉ ବେଳେ ପୂର୍ବତନ ଜ଼ିଲାସଭାପତି ବିଭୁତି ଜେନା, ରାଜ୍ୟ ଭାଜପା  କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ରାଜ୍ୟ ଭାଜପା ଏସ୍‌ସି ମୋର୍ଚ୍ଚା ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ  ସମେତ ବହୁ ଦଳୀୟ କର୍ମୀ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *