ଭିଜିଲାନ୍ସ ଜାଲରେ ପଡିଛନ୍ତି ନୟାଗଡ ସବ୍ ରେଜିଷ୍ଟ୍ରାର ଶାଶ୍ବତ ପଟ୍ଟନାୟକ

ଭୁବନେଶ୍ବର (ଓଡ଼ିଶା ଟୁଡେ):  ନୟାଗଡ଼ ସବ୍‌ ରେଜିଷ୍ଟ୍ରାର ଗିରଫ । ନୟାଗଡ଼ ସବ୍‌ ରେଜିଷ୍ଟ୍ରାର ଶାଶ୍ବତ ପଟ୍ଟନାୟକ ଗିରଫ । ଦୁର୍ନୀତି ମାମଲାରେ ଗିରଫ କଲା ଭିଜିଲାନ୍ସ । ଶରତଙ୍କ ଘର, ଅଫିସରେ ହୋଇଥିଲା ଚଢାଉ । ଶାଶ୍ବତଙ୍କ ଦରମା ତୁଳନାରେ ଆୟ ୭୯% ଅଧିକ ।

ସୂଚନାଯୋଗ୍ୟ ଯେ, ଭିଜିଲାନ୍ସ ଜାଲରେ ପଡିଛନ୍ତି ନୟାଗଡ ସବ୍ ରେଜିଷ୍ଟ୍ରାର ଶାଶ୍ବତ କୁମାର ପଟ୍ଟନାୟକ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ  କରିଥିଲା ଭିଜିଲାନ୍ସ । ଏକ ବର୍ଷ ପୂର୍ବେ ନୟାଗଡ ସବ ରେଜିଷ୍ଟ୍ରାର ଭାବେ ଶାଶ୍ୱତ କୁମାର ପଟ୍ଟନାୟକ କାର୍ଯ୍ୟରେ ଯୋଗ ଦେଇଥିଲେ । ଏହି ଚଢାଉରେ ଭୁବନେଶ୍ବର,  ଖୋର୍ଦ୍ଧା ଏବଂ ନୟାଗଡ ଭିଜିଲାନ୍ସର ୮ଜଣ ଡିଏସପି , ୬ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି ।  ନୟାଗଡ ଦେବୋତର କଲୋନୀର ଭଡା ବାସଗୃହ, ନୟାଗଡ ସବ ରେଜିଷ୍ଟ୍ରାର ଅଫିସ, କେନ୍ଦ୍ରାପଡ଼ା ଜ଼ିଲ୍ଲା ତଳବାରଙ୍ଗର ନିଜ ବାସଗୃହ, କେନ୍ଦ୍ରାପଡ଼ାର ତାଳଗାଁ ପୈତୃକ ବାସଗୃହ, ସମ୍ପର୍କୀୟଙ୍କ କେନ୍ଦ୍ରାପଡା ଜିଲ୍ଲାର ପେଣ୍ଠ ଓ ଦଳନ୍ତ ଗ୍ରାମରେ ଚଢାଉ ଚାଲିଥିଲା । ବୁଧବାର ଅପରାହ୍ନ ସୁଦ୍ଧା ଶାଶ୍ବତଙ୍କର ୬ଟି ପ୍ଲଟ୍, ୨ଟି ଦୁଇମହଲା ଘର ଗୋଟିଏ କାର୍ ଏବଂ ୩ଟି ବାଇକ୍ ରହିଥିବା ଭିଜିଲାନ୍ସ ଜଣାଇଥିଲା । କେନ୍ଦ୍ରାପଡା ସହରରେ ୨୩୫୦ସ୍କୋୟାର ଫୁଟ ଯାଗାରେ ଗୋଟିଏ ଦୁଇମହଲା ଘର ଥିବାବେଳେ କେନ୍ଦ୍ରାପଡାର ତାଳଗାଁରେ ୨୧୦୦ ସ୍କୋୟାର ଫୁଟ ଯାଗାରେ ଏକ ଦୁଇ ମହଲା ଘର ରହିଛି । କଟକ ଭାଣପୁରରେ ସାଢେ ୪ ଏକର ଯାଗା, ଖୋର୍ଦ୍ଧା ଦକ୍ଷିଣମୁଣ୍ଡ ମୁହାଣରେ ୨ଏକର ଯାଗା, କଟକ ବାଆଁରାରେ ୫୫ଡିସିମିଲ୍ ଯାଗା, ଜଟଣୀରେ ୨୭ଡିସିମିଲ୍ ଏବଂ କେନ୍ଦ୍ରାପଡାରେ ଏକ ୬ଡିସିମିଲ୍ ଯାଗା ଶାଶ୍ବତଙ୍କର ରହିଥିବା ଭିଜିଲାନ୍ସ ସୂଚନା ଦେଇଥିଲା ।

Leave a Reply

Your email address will not be published. Required fields are marked *