ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ୍ ଶର୍ମା; ପ୍ରଧାନମନ୍ତ୍ରୀଙ୍କ ସହ ବହୁ ନେତା ସାମିଲ

ଜୟପୁର (ଏଜେନ୍ସି): ରାଜସ୍ଥାନରେ ଭଜନଲାଲ୍ ରାଜ୍ । ଆଜୁଠି ଆରମ୍ଭ ହୋଇଛି ଭଜନଲାଲ୍ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭଜନଲାଲ୍ ଶର୍ମା । ମୁଖ୍ୟମନ୍ତ୍ରୀଙ୍କ ସହିତ ଦୀୟା କୁମାରୀ ଓ ପ୍ରେମଚନ୍ଦ ବୈରଓ୍ବା ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପିଙ୍କ୍ ସିଟି ଜୟପୁରର ଆଲବର୍ଟ ହଲ୍ ପରିସରରେ ରାଜ୍ୟପାଳ କାଲରାଜ୍ ମିଶ୍ରା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ହୋଇଥିଲା ।

ବିଜେପି ରାଜସ୍ଥାନରେ ୧୯୯ ବିଧାନସଭା ଆସନରୁ ୧୧୫ ସିଟ୍ ବିଜୟୀ ହୋଇଛି । ସେହିପରି କଂଗ୍ରେସକୁ ମିଳିଛି ୬୯ଟି ଆସନ ମିଳିଛି । ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମା ପ୍ରଥମ ଥର ପାଇଁ ସାଙ୍ଗନେରରୁ ବିଧାୟକ ହୋଇଛନ୍ତି । ଗତ ମଙ୍ଗଳବାର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ, ସରୋଜ ପାଣ୍ଡେ ଓ ବିନୋଦ ତାଓ୍ବାଡେ, ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ ଭଜନଲାଲ ଶର୍ମାଙ୍କ ନାଁ ଘୋଷଣା କରିଥିଲେ ।

ବରିଷ୍ଠ ବିଧାୟକ ବସୁନ୍ଧରା ରାଜେ ବିଧାୟକ ଦଳ ନେତା ଭାବେ ଭଜନଲାଲ୍ ନାଁକୁ ପ୍ରସ୍ତାବ ଦେଇଥିଲା । ସେହିପରି ଦୁଇ ଉପ-ମୁଖ୍ୟମନ୍ତ୍ରୀ ଦୀୟା କୁମାରୀ ଓ ପ୍ରେମଚନ୍ଦ ବୈରଓ୍ବା ଯଥାକ୍ରମେ ବିଦ୍ୟାନଗର ଓ ଦୁଦୁ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସେହିଭଳି ଆଜମେର ନର୍ଥ ବିଧାୟକ ବାସୁଦେବ ଦେବନାନୀଙ୍କୁ ବାଚସ୍ପତି ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *