ଜବତ ଟଙ୍କା ମୋର ନୁହେଁ, ମୋ ପରିବାରର : କଂଗ୍ରେସ ସାଂସଦ ଧୀରଜ୍ ସାହୁ

ନୂଆଦିଲ୍ଲୀ (ଏଜେନ୍ସି): ବଲାଙ୍ଗୀର ସମେତ ଆଉ କେତେକ ସ୍ଥାନରୁ ଆୟକର ବିଭାଗ ପକ୍ଷରୁ ଜବତ ହୋଇଥିବା ପୁଳା ପୁଳା ଟଙ୍କା ସଂପର୍କରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ଧୀରଜ ସାହୁ। ସେ କହିଛନ୍ତି ଯେ ଏହା ମୋର ଟଙ୍କା ନୁହେଁ ଏବଂ ଏହା ସହିତ କଂଗ୍ରେସର କୌଣସି ସମ୍ପର୍କ ନାହିଁ ।

ଆୟକର ବିଭାଗ (ଆଇଟି) ଚଢ଼ାଉ ସମ୍ପର୍କରେ ସେ କହିଛନ୍ତି, ଯେଉଁ ଟଙ୍କା ଜବତ ହୋଇଛି ସେଥିରେ କଂଗ୍ରେସ କିମ୍ବା ଅନ୍ୟ କୌଣସି ବିରୋଧୀ ଦଳର ଟଙ୍କା ନାହିଁ। ଅଯଥାରେ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି ।

ଧୀରଜ ସାହୁ କହିଛନ୍ତି, ଏହି ଟଙ୍କା ସହ ମୋର କୌଣସି ସମ୍ପର୍କ ନାହିଁ। ଏହା ମୋ ପରିବାରର ଟଙ୍କା। ଆମ ପରିବାର ବହୁତ ବଡ, ତେଣୁ ଏହି ଟଙ୍କା ସେମାନଙ୍କର ଅଟେ । ବର୍ତ୍ତମାନ ଆୟକର ବିଭାଗ ପକ୍ଷରୁ ଏହି ଟଙ୍କା ବେଆଇନ ବୋଲି କୁହାଯାଇନାହିଁ । ଏଭଳି ସ୍ଥିତିରେ ଏହି ଟଙ୍କା ବିଷୟରେ କିଛି କହିବା ଶୀଘ୍ର ହେବ ।

ସେ କହିଛନ୍ତି, ଆଜି ଯାହା ଘଟୁଛି ତାହା ମୋତେ ଦୁଃଖିତ କରୁଛି। ମୁଁ ସ୍ବୀକାର କରିପାରିବି ଯେ ଜବତ ହୋଇଥିବା ଟଙ୍କା ମୋ କମ୍ପାନିର । ଜବତ ହୋଇଥିବା ନଗଦ ଟଙ୍କା ମୋ ମଦ କମ୍ପାନିର। ଟଙ୍କା ମୋର ନୁହେଁ, ଏହା ମୋ ପରିବାର ଏବଂ ଅନ୍ୟ ସଂପୃକ୍ତ ସଂସ୍ଥାର। ଆଇଟି ନିକଟରେ ଚଢ଼ାଉ କରିଛି। ମୁଁ ସବୁ କିଛିର ହିସାବ ଦେବି ।

Leave a Reply

Your email address will not be published. Required fields are marked *