ପ୍ରଥମଥର ପାଇଁ ସେନସେକ୍ସ ୭୧ ହଜାର ପାର୍, ୨୧ ହଜାର ଟପିଲା ନିଫ୍ଟି

ନୂଆଦିଲ୍ଲୀ (ଏଜେନ୍ସି): ସପ୍ତାହର ଶେଷ କାରବାର ଦିନ ଡିସେମ୍ୱର ୧୫ରେ ସେୟାର ବଜାର ପୁଣି ଥରେ ରେକର୍ଡ ସ୍ତର ଛୁଇଁଛି । ଦିନର କାରବାର ବେଳେ ସେନସେକ୍ସ ୭୧,୬୦୫.୭୬ ଓ ନିଫ୍ଟି ୨୧,୪୯୨.୩୦ ସ୍ତର ଛୁଇଁଥିଲା । ତେବେ ଏହା ପରେ ସାମାନ୍ୟ ତଳକୁ ଖସି ସେନସେକ୍ସରେ ୯୬୯ ଅଙ୍କ ବୃଦ୍ଧି ସହ ୭୧,୪୮୩ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ମଧ୍ୟ ୨୭୩ ଅଙ୍କ ବୃଦ୍ଧି ସହ ୨୧,୪୫୬ ସ୍ତରରେ ବନ୍ଦ ହୋଇଛି । ଆଜିର କାରବାରରେ ନିବେଶକଙ୍କୁ ୨ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି ।

ଆଜିର ସେନସେକ୍ସର ୩୦ ସେୟାର ମଧ୍ୟରୁ ୨୨ରେ ବୃଦ୍ଧି ଓ ୮ରେ ହ୍ରାସ ଦେଖିବାକୁ ମିଳିଛି । ଏଚ୍‌ସିଏଲ ଟେକ୍‌ର ସେୟାର ମୂଲ୍ୟ ସବୁଠୁ ଅଧିକ ୫.୫୮ ପ୍ରତିଶତ ବଢି ବନ୍ଦ ହୋଇଛି । ସେହିପରି ଟାଟା କନସଲଟେନ୍ସି ସର୍ଭିସେସ୍, ଇନଫୋସିସ୍, ଏସବିଆଇ ଓ ଟେକ୍ ମହିନ୍ଦ୍ରା ସେୟାର ପ୍ରାୟ ୩.୪୪ ପ୍ରତିଶତରୁ ୫.୨୮ ମଧ୍ୟ ବୃଦ୍ଧି ସହ ବନ୍ଦ ହୋଇଛି ।

ଚଳିତ ବର୍ଷ ଆରମ୍ଭରୁ ଅର୍ଥାତ୍ ଜାନୁଆରୀ ୨ରୁ ସେନସେକ୍ସ ୬୧,୧୬୭ ସ୍ତରରେ ଥିଲା । ଯାହା ଆଜି ଡିସେମ୍ୱର ୧୫ରେ ୭୧,୬୦୫ ସ୍ତରରେ ପହଞ୍ଚିଛି । ଅର୍ଥାତ୍ ଚଳିତ ବର୍ଷ ଏବେ ସୁଦ୍ଧା ଏଥିରେ ୧୭ ପ୍ରତିଶତରୁ ଅଧିକ ବା ୧୦,୪୩୮ ଅଙ୍କ ବୃଦ୍ଧି ଘଟିଛି । ବିଶେଷଜ୍ଞଙ୍କ ଅନୁସାରେ ଆଗକୁ ବି ଏହି ବୃଦ୍ଧି ଜାରି ରହିବ ।

Leave a Reply

Your email address will not be published. Required fields are marked *