ଘୁମୁସର ଜିଲ୍ଲା ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟିର ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣା

ଭଞ୍ଜନଗର (ବବି ରଥ, ଓଡ଼ିଶା ଟୁଡେ) ୧୬/୧୨/୨୩: ଘୁମୁସର ଜିଲ୍ଲା ଦାବିରେ ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଘୁମୁସର ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣା ଦିଆଯାଇଛି । କମିଟିର ସଭାପତି ସୋମନାଥ ନାୟକଙ୍କ ନେତୃତ୍ବରେ ସମ୍ପାଦକ ପ୍ରଶାନ୍ତ ବିଷୋୟୀ, ପ୍ରକାଶ ସାହୁ, ଆଇନଜୀବୀ ସନ୍ତୋଷ ତିଆଡି, ରବିନାରାୟଣ ସାମନ୍ତ ଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ । ଭଞ୍ଜନଗର ଓକିଲ ସଂଘ ସଭାପତି ଅଭିମନ୍ୟୁ ଗୌଡ଼ ଙ୍କ ସମେତ ଓକିଲ ମାନେ ଉପସ୍ଥିତ ଥିଲେ । ସୁଦୂର ସୋରଡ଼ା ଅଞ୍ଚଳ ବୋରଦା ପଞ୍ଚାୟତର ବହୁ ଯୁବକ ଗଣଧାରଣା ରେ ସାମିଲ ହୋଇଥିଲେ । ଘୁମୁସର ପ୍ରେସ କ୍ଲବ ସଭାପତି ବବି ରଥଙ୍କ ସହ ଅନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିଳ୍ପୀ ନାରାୟଣ ମହାରଣା, ଭଞ୍ଜ କିଶୋର ପ୍ରଧାନ ଆଜିର ଗଣଧାରଣା ରେ ଉପସ୍ଥିତ ଥିଲେ । ଅରକ୍ଷିତ ପରିଚ୍ଛା ଙ୍କ ସହ ଘୁମୁସର ବାହିନୀ ସଦସ୍ୟ ମାନେ ଉପସ୍ଥିତ ଥିଲେ।

କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଘୁମୁସର ରଥ ଘୁମୁସର ଅଞ୍ଚଳର ବିଭିନ୍ନ ବ୍ଲକ୍ ର ବିଭିନ୍ନ ଗ୍ରାମ ପରିକ୍ରମା କରୁଛି । ଏଥି ସହ ସରକାରଙ୍କ ଉପରେ ଘୁମୁସର ଜିଲ୍ଲା ପାଇଁ ଚାପ ପ୍ରୟୋଗ ପାଇଁ ଏବେ ଗଣଧାରଣା ସହ କମିଟି ତରଫରୁ ଆଗକୁ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ସଭାପତି ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *