୫-ଟି ଅଧ୍ୟକ୍ଷଙ୍କୁ ଭେଟି ଘୁମୁସର ଜିଲ୍ଲା ଦାବିପତ୍ର ଦେଲା ମିଳିତ କ୍ରିୟାନୁଷ୍ଠାନ କମିଟି

ଭଞ୍ଜନଗର (ଓଡ଼ିଶା ଟୁଡେ) ୧୭/୧୨/୨୩: ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିବାକୁ ଭଞ୍ଜନଗର ତଥା କୁଲାଡ଼ ଗସ୍ତରେ ଆସିଥିବା ୫- ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ କୁଲାଡ଼ ବାଗଦେବୀ ମନ୍ଦିର ସମ୍ମୁଖରେ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଘୁମୁସର ଜିଲ୍ଲା ଦାବି ପତ୍ର ପ୍ରଦାନ କରିଛି ଘୁମୁସର ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି । ସଭାପତି ସୋମନାଥ ନାୟକଙ୍କ ନେତୃତ୍ବରେ କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଘୁମୁସର ଜିଲ୍ଲା ଦାବିପତ୍ର ପ୍ରଦାନ ସମୟରେ ୫- ଟି ଅଧ୍ୟକ୍ଷଙ୍କ ସହ ଅର୍ଥମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ବିକ୍ରମ କେଶରୀ ଆରୁଖ ଉପସ୍ଥିତ ଥିଲେ । ଶ୍ରୀ ନାୟକ ପ୍ରଦାନ କରିଥିବା ଦାବି ପତ୍ର ସହ ଶ୍ରୀ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ RDC ଙ୍କୁ ଭଞ୍ଜନଗର ଉପଖଣ୍ଡ କୁ ସ୍ବତନ୍ତ୍ର ଜିଲ୍ଲା ଘୋଷଣା କରିବା ନେଇ କରିଥିବା ସୁପାରିଶ ପତ୍ର (ପତ୍ର ନଂ 396/SLR ତା ୦୬.୦୮.୨୦୦୭) ର ନକଲ ସଂଲଗ୍ନ କରାଯାଇଥିଲା ।

ପ୍ରକାଶ ଥାଉ କି ଦୀର୍ଘ ତିନି ଦଶନ୍ଧି ଧରି ଘୁମୁସର ଜିଲ୍ଲା ଗଠନ ନିମନ୍ତେ ଦାବି ହୋଇ ଆସୁଛି । ଜିଲ୍ଲା ଗଠନ ନେଇ ସମସ୍ତ ମାନଦଣ୍ଡ ଥିବା ରୁ ୨୦୦୭ ମସିହାରେ ଶ୍ରୀ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ RDC ଙ୍କୁ ଭଞ୍ଜନଗର ଉପଖଣ୍ଡ କୁ ସ୍ବତନ୍ତ୍ର ଜିଲ୍ଲା ଘୋଷଣା କରିବା ନେଇ ସୁପାରିଶ ପତ୍ର (ପତ୍ର ନଂ 396/SLR ତା ୦୬.୦୮.୨୦୦୭) ପ୍ରେରଣ କରିଥିଲେ । ବର୍ତ୍ତମାନ ତାଙ୍କୁ ସେହି ବିଷୟ ପୁଣି ଥରେ ଜଣାଇବା ପାଇଁ କମିଟି ପକ୍ଷରୁ ପ୍ରୟାସ କରାଯାଇଥିଲା । ସୂଚନା ଯୋଗ୍ୟ ଅଗଷ୍ଟ ମାସ ୨୬ ତାରିଖ ରେ ଶ୍ରୀ ପାଣ୍ଡିଆନ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପଡ଼ିଆରେ ଅଭିଯୋଗ ପତ୍ର ଗ୍ରହଣ କରୁଥିବା ସମୟରେ କମିଟି ଜିଲ୍ଲା ଗଠନ ନେଇ ଦାବି ପତ୍ର ପ୍ରଦାନ କରିଥିଲେ । ଘୁମୁସର ବାହିନୀ ଓ ଭଞ୍ଜନଗର ଓକିଲ ସଂଘ ପକ୍ଷରୁ ମଧ୍ୟ ସେହି ଦିନ ଘୁମୁସର ଜିଲ୍ଲା ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ପାଣ୍ଡିଆନଙ୍କୁ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *