ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଇଡି ସମନ

ନୂଆଦିଲ୍ଲୀ (ଏଜେନ୍ସି): ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ୍ ଜାରି କରିଛି। ଇଡି ତାଙ୍କୁ ଡିସେମ୍ବର ୨୧ରେ ହାଜର ହେବାକୁ କହିଛି। ଦ୍ବିତୀୟ ଥର ପାଇଁ କେଜ୍ରିୱାଲଙ୍କୁ ସମନ୍ କରିଛି ଇଡି ।

ଏହା ପୂର୍ବରୁ ଇଡି ନଭେମ୍ବର ୨ରେ ହାଜର ହେବାକୁ ତାଙ୍କୁ ନୋଟିସ୍ ପଠାଇଥିଲା । ହେଲେ ପାଞ୍ଚ ରାଜ୍ୟରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ଦର୍ଶାଇ କେଜ୍ରିୱାଲ ହାଜର ହୋଇନଥିଲେ। ସେ କେନ୍ଦ୍ରୀୟ ସଂସ୍ଥାକୁ ଚିଠି ଲେଖି ତାଙ୍କ ବିରୋଧରେ ନୋଟିସକୁ ବେଆଇନ କହିଥିଲେ । ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ପ୍ରତ୍ୟାହାର କରିବାକୁ କହିଥିଲେ କେଜ୍ରିୱାଲ ‌।

ଉଲ୍ଲେଖଯୋଗ୍ୟ, ଅବକାରୀ ଦୁର୍ନୀତି ମାମଲାରେ ଆପର ଦୁଇ ନେତା ମନୀଷ ସିସୋଦିଆ ଓ ସଞ୍ଜୟ ସିଂହ ଗିରଫ ହୋଇ ସମ୍ପ୍ରତି ଜେଲରେ ଅଛନ୍ତି ।

Leave a Reply

Your email address will not be published. Required fields are marked *