ବିଜେପିକୁ କଡା ଜବାବ ଦେଲା ବିଜେଡ଼ି: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମରେ ଅସହିଷ୍ଣୁ ହୋଇପଡିଛି ରାଜ୍ୟ ବିଜେପି

ଭୁବନେଶ୍ବର (ଓଡ଼ିଶା ଟୁଡେ): ବିଜେପିକୁ କଡା ଜବାବ ଦେଇଛି ବିଜେଡ଼ି। ସାମ୍ବାଦିକ ସମ୍ମିଳନୀରେ ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ସ୍ବୟଂପ୍ରକାଶ ମହାପାତ୍ର ଏବଂ ଇପ୍ସିତା ସାହୁ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଯେଉଁ କାମ କରିଛନ୍ତି ସେଥିରେ ଭାରତୀୟ ଜନତା ପାର୍ଟି ଏବଂ ତାର ନେତାମାନେ ଅତ୍ୟନ୍ତ ଇର୍ଷାନ୍ବିତ। ଯେତେବେଳେ ଏହି ପ୍ରକଳ୍ପ କାମ ଆରମ୍ଭ ହେଲା ସେତେବେଳେ ମହାପ୍ରଭୁ ଜଗନ୍ନାଥଙ୍କ କାମ ପରିକ୍ରମା ପ୍ରକଳ୍ପ କାମ କେମିତି ଅଟକିବ ସେ ନେଇ ବିଜେପି ଶତ ଚେଷ୍ଟା କରିଛି ।

ମୁଖ୍ୟମନ୍ତ୍ରୀ ସବୁ ଦଳର ନେତାମାନଙ୍କୁ ନେଇ ଶୁଭ ଦେଇଥିଲେ । ସେତେବେଳେ ଫେରିବା ସମୟରେ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଉପରକୁ ଅଣ୍ଡା ମାରିଥିଲେ। ଅସହିଷ୍ଣୁତା ଭାବ ପ୍ରକାଶ କରିଥିଲା ବିଜେପି। ଧର୍ମ କାର୍ଯ୍ୟ କରି ଫେରିବା ବେଳେ ବିଜେପିର ହିନମନ୍ୟତା ପରିପ୍ରକାଶ ହୋଇଥିଲା। ସେତେବେଳେ ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ କ୍ଷମା ମାଗିଥିଲେ। ଓଡିଶା ବିଜେପି ନେତାଙ୍କୁ ଓଡ଼ିଶାର ବିକାଶ କାର୍ଯ୍ୟ ଭଲ ଲାଗେନି। ଓଡ଼ିଶାର ପ୍ରଶଂସା ଶୁଣିଲେ ରାତିର ନିଦ ହଜି ଯାଏ ।

ଓଡ଼ିଶାର ପ୍ରଶଂସା ହେଲେ ଭାରତୀୟ ଜନତା ପାର୍ଟିର ବଦହଜମି ହେଉଛି । ବିଜେପି ଡାହା ମିଛ କହିବା ସହ କୁତ୍ସାରଟନା କରିବାର ଜ୍ବଳନ୍ତ ଉଦାହରଣ ହେଉଛି ଆଜିର ସାମ୍ବାଦିକ ସମ୍ମିଳନୀ । ବିଜେପିର ମୁଖପାତ୍ର ଯେଉଁ ଭିଡିଓ ଆଣି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ତାହାର କୌଣସି ସତ୍ୟତା ନାହିଁ। ବିଜେଡି କହି ଆସିଛି ଯଦି କିଛି ଘଟଣାର ସତ୍ୟାସତ୍ୟ ଅଛି ତେବେ ପ୍ରମାଣ ଦିଅନ୍ତୁ। ପୁରୀ ମନ୍ଦିର ଭିତରେ ଭିଡିଓ ହୋଇଥିବା ଯେଉଁ ଅଭିଯୋଗ ଆଣିଛନ୍ତି ତାହାମନ୍ଦିର ଭିତରେ ନୁହେଁ ତାହା ରାଧାବଲ୍ଲଭ ମଠର। କିନ୍ତୁ ଓଡିଶାକୁ ବଦନାମ କରିବା ବିଜେପିର କାମ। ଜଗନ୍ନାଥ କେବେ କ୍ଷମା ଦେବେନି, ଓଡିଶାବାସୀ ବି କ୍ଷମା ଦେବେନି ବୋଲି ବିଜଡ଼ି କହିଛି।

ପ୍ରଥମ ଦିନରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଅଟକାଇବାପାଇଁ ବିଜେପିର ନେତାମାନେ ବହୁତ ଷଡଯନ୍ତ୍ର ଏବଂ ଚକ୍ରାନ୍ତ କଲେ। କିନ୍ତୁ ଅଟକାଇ ପାରିଲେ ନାହିଁ। ଶ୍ରୀମନ୍ଦିର କାମରେ ସେମାନେ ଅସହିଷ୍ଣୁ ହୋଇପଡିଛନ୍ତି। ମହାପ୍ରଭୁଙ୍କ ଇଛା ବିନା ପତ୍ରଟେ ବି ହଲେନି। ଯେତେବେଳେ ସେମାନେ କୁତ୍ସାରଟନା କରୁଛନ୍ତି ଏବଂ ଫେଲ ହେଉଛନ୍ତି ସେତେବେଳେ ତାଙ୍କ ଭିତରେ ଅସହିଷ୍ଣୁ ତା ଦେଖାଦେଉଛି। ରାଜ୍ୟ ଗୌରବାନ୍ବିତ ହେଲାବେଳେ ବିଜେପି ନେତାମାନଙ୍କୁ ପସନ୍ଦ ଆସୁନି। ସମସ୍ତଙ୍କ ସହଯୋଗ ରେ ପ୍ରକଳ୍ପ କାମ ଆଗେଇ ଚାଲିଛି। ଜାନୁଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବେ। ଏହା ବିଜେପି ନେତାଙ୍କୁ ପସନ୍ଦ ଆସୁନି। ଯେତେବେଳେ ରାଜ୍ୟ କୌଣସି ସଫଳତା ପାଉଛି ସେଠି ବିଜେପି ନେତାମାନେ ଗୌରବାନ୍ବିତ ହେବା ବଦଳରେ ଇର୍ଷାନ୍ବିତ ହେଉଛନ୍ତି। ସେମାନଙ୍କର ଗୋଟିଏ ମାତ୍ର ଉଦ୍ଦେଶ୍ୟ ନିଜର ହୀନ ରାଜନୀତି ଏବଂ ସଂକୀର୍ଣ୍ଣ ମାନସିକତା ଧରି ଆଗକୁ ଯିବେ । ପ୍ରଭୁ ଜଗନ୍ନାଥ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *