ASO ପରୀକ୍ଷା ଅନିୟମିତତା: ପୁଣି ବଦଳିଲା ହାଇକୋର୍ଟ ରାୟ, ପୂର୍ବ ଆଦେଶ ଖାରଜ; ସୁପ୍ରିମକୋର୍ଟ ଯିବେ ପରୀକ୍ଷାର୍ଥୀ


କଟକ (ଓଡ଼ିଶା ଟୁଡେ): ଓଡ଼ିଶା ଲୋକସେବା ଆୟୋଗ- ଓପିଏସସିର ଆସିଷ୍ଟାଣ୍ଟ ସେକ୍ସନ ଅଫିସର – ଏଏସଓ ମେରିଟ ଲିଷ୍ଟକୁ ବଜାୟ ରଖିଛନ୍ତି ହାଇକୋର୍ଟ । କୌଣସି ଅନିୟମିତତା ହୋଇନାହିଁ ବୋଲି କହିବା ସହ ଏଏସଓ ମେରିଷ୍ଟ ଲିଷ୍ଟ ବଜାୟ ରଖିଛନ୍ତି ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ। ପୂର୍ବରୁ ଜଣିକିଆ ଖଣ୍ଡପୀଠଙ୍କ ଦ୍ବାରା ମେରିଟ୍ ଲିଷ୍ଟ ରଦ୍ଦ ଆଦେଶକୁ ଖାରଜ କରିଦେଇଛନ୍ତି ଦୁଇ ଜଣିଆ ଖଣ୍ଡପୀଠ । ମେରିଟ୍ ଲିଷ୍ଟରେ ୧୧୦୪ ପରୀକ୍ଷାର୍ଥୀ ସ୍ଥାନ ପାଇଛନ୍ତି । ଗତବର୍ଷ ନଭେମ୍ବର ୨୨ ତାରିଖରେ ଓପିଏସସି ପକ୍ଷରୁ ମେରିଟ ଲିଷ୍ଟ ପ୍ରକାଶ କରାଯାଇଥିଲା। ତେବେ ଏହା ବିରୋଧରେ ୫ ଜଣ ପରୀକ୍ଷାର୍ଥୀ ହାଇକୋର୍ଟରେ ଅପିଲ କରିଥିଲେ । ମେରିଟ ଲିଷ୍ଟ ପ୍ରସ୍ତୁତିରେ ସ୍ୱଚ୍ଛତା ଅବଲମ୍ବନ ହୋଇନାହିଁ ବୋଲି ସେମାନେ ଦର୍ଶାଇଥିଲେ । ଆବେଦନକାରୀଙ୍କ ନାମ ପ୍ରସ୍ତୁତ ହୋଇଥିବା ସର୍ଟଲିଷ୍ଟରେ ନଥିଲା । ଏ ବର୍ଷ ମେ’ ୧୯ ତାରିଖରେ ବିଚାରପତି ଜଷ୍ଟିସ ଏ.କେ ମହାପାତ୍ରଙ୍କ ଖଣ୍ଡପୀଠ ମେରିଟ ଲିଷ୍ଟ ରଦ୍ଦ କରିବା ପାଇଁ ଆଦେଶ ଦେଇଥିଲେ। ତେବେ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ମେରିଟ ଲିଷ୍ଟରେ ସ୍ଥାନ ପାଇଥିବା କବିତା ଜେନା ଓ ସତ୍ୟବ୍ରତ ନାୟକ ନାମକ ଦୁଇ ପରୀକ୍ଷାର୍ଥୀ ପୃଥକ ପୃଥକ ଭାବେ ରିଟ ପିଟିସନ ଦାଖଲ କରିଥିଲେ। ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରି ଡିସେମ୍ବର ୧୨ରେ ରାୟ ସଂରକ୍ଷିତ ରଖିଥିଲେ । ହାଇକୋର୍ଟଙ୍କ ଏହି ଆଦେଶ କୁ ସୁପ୍ରିମ କୋର୍ଟରେ ଚାଲେଞ୍ଜ କରିବେ ବୋଲି ଜଣାଇଛନ୍ତି ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ।

Leave a Reply

Your email address will not be published. Required fields are marked *