
ଭଞ୍ଜନଗର ୨୪/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଡୁମାକୁମ୍ପା ପଂଚାୟତ ଅନ୍ତର୍ଗତ ଗୁଡିପଦର ଗ୍ରାମ ର ସୁନ୍ଦରୀ ନାଇକ ଯାହା ଙ୍କର ବୟସ ୭୨ ହେବ ଚଳିତ ମାସ ୯ ତାରିଖରୁ ନିଖୋଜ ହୋଇଛନ୍ତି।ସେ ପ୍ରତ୍ୟେକ ଦିନ ପରି ଶୌଚ ପାଇଁ ନିକଟସ୍ଥ କେନାଲ କୁ ଯାଇ ଥିଲେ।କିନ୍ତୁ ସେଠାରୁ ତାଙ୍କର କୌଣସି ପତ୍ତା ମିଳୁନି।ପରିବାର ଲୋକେ ଗ୍ରାମ ପାଖାପାଖି ତଥା ନିକଟସ୍ଥ ସବୁ ଅଞ୍ଚଳକୁ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ସୂଚନା ମିଳି ନ ଥିଲା।ଏହିପରି କି ସବୁ ନଈ ନାଳ କୁ ମଧ୍ୟ ଖୋଜି ଥିଲେ।ପରିବାର ଲୋକେ ଏ ସଂକ୍ରାନ୍ତରେ ୧୦ତାରିଖ ଦିନ ଭଞ୍ଜନଗର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ ସୁଦ୍ଧା ଏଯାବତ ୨୪ତାରିଖ ହୋଇଥିଲେ ସୁଦ୍ଧା ପୋଲିସ ତରଫରୁ କୌଣସି ତତ୍ପରତା ଦେଖାଇ ନାହିଁ।ନିଖୋଜ ବୃଦ୍ଧା ସୁନ୍ଦରୀ ନାଇକ ଙ୍କ ମାନସିକ ଓ ଶାରୀରିକ ଅବସ୍ଥା ଠିକ ଥିଲା ବେଳେ ଘରୁ ବାହାରିବା ସମୟରେ ସେ ଗୋଟେ ସାଧା ଲୁଗା ପିନ୍ଧି ଥିଲେ ଓ ତାଙ୍କ ରଙ୍ଗ ଶାବର୍ଣ୍ଣ ଏବଂ ଉଚ୍ଚତା ୫ଫୁଟ ହେବ।ତାଙ୍କର ନିଖୋଜ ପରେ ପରିବାର ପୁଅ, ନାତି ନାତୁଣୀ ଚିନ୍ତା ରେ ଥିବା ବେଳେ ଗ୍ରାମ ବାସୀ ମଧ୍ୟ ଚିନ୍ତା ରେ ଅଛନ୍ତି।ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଅସହ୍ୟ ଗରମ ଯୋଗୁ କୌଣସି ଅଘଟଣ ଘଟି ଯାଇଥିବ ସେହି ଆଶା ଆଶଙ୍କା ରେ ପରିବାର ଲୋକେ ରହିଛନ୍ତି।ଆଜି ସାମ୍ବାଦିକ ବନ୍ଧୁ ମାନଙ୍କ ଜରିଆରେ ଜନସାଧାରଣ ଙ୍କୁ ଯଦି ଖୋଜ ଖବର ମିଳେ ତା ହେଲେ ଜଣାଇବା ପାଇଁ ଅନୁରୋଧ କରିଛନ୍ତି।ତେଣୁ କୌଣସି ସହୃଦୟ ବ୍ୟକ୍ତି ଯଦି ସନ୍ଧାନ ପାଆନ୍ତି ତାହେଲେ ୬୩୭୦୧୩୯୨୨୯ କିମ୍ବା 6372829995 ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ।