
ଭଞ୍ଜନଗର ୨୪/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଏହି ବିକାଶ ପରିଷଦ ଯାହା ଏକ ଟ୍ରଷ୍ଟ ତାର ଏକ ଜରୁରୀ କାଳୀନ ବୈଠକ ବ୍ୟବସ୍ଥାପକ ସୋମନାଥ ନାୟକ ଆଇନଜୀବୀ ଙ୍କ କାର୍ଯ୍ୟାଳୟ ରେ ଆଜି ମଧ୍ୟାହ୍ନ ରେ ଅନୁଷ୍ଠିତ ହୋଇ ଯାଇଛି। ବ୍ୟବସ୍ଥାପକ ଙ୍କ ସହ ଏହାର ନ୍ୟାସୀ ସର୍ବଶ୍ରୀ ଗୋପାଳ ଚନ୍ଦ୍ର ଲେଙ୍କା, ରବି ନାରାୟଣ ସାମନ୍ତ, ବି ସୁଶାନ୍ତ ପାତ୍ର, ସୁରେନ୍ଦ୍ର ବେହେରା ଆଲୋଚନାରେ ଭାଗ ନେଇଥିଲେ। ମୁଖ୍ୟତଃ ଘୁମୁସର ଜିଲ୍ଲା ଆନ୍ଦୋଳନ କୁ ସକ୍ରିୟ କରିବାକୁ ସ୍ଥିର ହୋଇଥିଲା । ସ୍ଥାନୀୟ ବିଧାୟକ ମାନଙ୍କୁ ଏକ ପ୍ରତିନିଧି ଦଳ ସାକ୍ଷାତ କରି ସେ କିପରି ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଏହାକୁ ତ୍ୱରାନ୍ୱିତ କରିବେ ଅନୁରୋଧ କରାଯିବ। ପୂର୍ବ ପରି ପରିଷଦ ଜନମତ ସୃଷ୍ଟି କରିବା ପାଇଁ ପ୍ରଚାର କାର୍ଯ୍ୟକ୍ରମ ଚାଲୁ ରଖିବା ପାଇଁ ସ୍ଥିର ହୋଇଛି ।