ଏୟାର ପ୍ରେସର ଟାଙ୍କି ଫାଟିବାରୁ ଚାଲିଗଲା ଦୋକାନ ମାଲିକଙ୍କ ଜୀବନ

ଖୋର୍ଦ୍ଧା: ଆଜି ସକାଳେ ୧୬ନଂ ଜାତୀୟ ରାଜପଥ ସଦର ଥାନା ଦଳେଇପୁଟ ଛକ ନିକଟରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଏଠାରେ ଏକ ଟ୍ରକରେ ପମ୍ପ ଦେବାବେଳେ ଏୟାର ପ୍ରେସର ଟାଙ୍କି ଫାଟିବାରୁ ଘଟଣାସ୍ଥଳରେ ଟାୟାର୍ ଦୋକାନ ମାଲିକଙ୍କ ମୃତ୍ୟୁ ହୋଇଛି। ଏଣେ ଏହି ଘଟଣାରେ ଦୁଇଜଣ ଗୁରୁତର ହୋଇ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ମୃତକ ହେଲେ ନବ କିଶୋର ବରାଡ଼ (୫୫)। ଘଟଣା ଏତେ ଭୟାବହ ଥିଲା ଯେ ନବ କିଶୋର ବରାଡ଼ଙ୍କର ଶରୀର ୮୦ରୁ ଅଧିକ ଖଣ୍ଡ ଖଣ୍ଡ ହୋଇ ଛିଟିକି ପଡ଼ିଥିଲା। ଆଜି ସକାଳ ୮ଟା ବେଳେ ଏହି ଘଟଣା ଘଟିଥିବାର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *