ଭଞ୍ଜନଗର: ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟରେ ନୂତନ ସ୍ମାର୍ଟ ଶ୍ରେଣୀ ଗୃହ କ୍ଲାସ୍ ଉଦଘାଟିତ

ଭଞ୍ଜନଗର ( ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ନୂଆଁ ଶିକ୍ଷା ନୀତି କୁ ଆଖି ଆଗରେ ରଖି ଭଞ୍ଜନଗର ସ୍ଥିତ ସାଇଗୁରୁକୁଳ ଆବାସିକ ବିଦ୍ୟାଳୟରେ ଏକ ସ୍ମାର୍ଟ ଶ୍ରେଣୀ କକ୍ଷ ର ଉଦଘାଟନ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅଜିତ କୁମାର ଶତପଥି ଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ କରାଯାଇଥିଲା ପ୍ରେସ କ୍ଲବ ର ସଭାପତି ଶ୍ରୀ ଲୋକନାଥ କର ଉଦଘାଟନ କରିଥିଲେ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ବିଶ୍ୱମ୍ବର ଜେନା, ରବୀନ୍ଦ୍ର କୁମାର ଗୌଡ଼, ରତ୍ନାକର ସାହୁ ପ୍ରମୁଖ ଯୋଗଦେଇ ଆଜିର ଶିକ୍ଷା ପାଇଁ ସ୍ମାର୍ଟ ଶ୍ରେଣୀ ର ଆବଶ୍ୟକତା ଉପରେ ନିଜ ନିଜ ର ବକ୍ତବ୍ୟ ରଖିଥିଲେ l ଯୁଗୋପଯୋଗୀ ଶିକ୍ଷା ପାଇଁ ସାଇଗୁରୁକୁଳରେ ସ୍ମାର୍ଟ କକ୍ଷ ସ୍ଥାପନା ଯୋଗୁଁ ବକ୍ତାମାନେ ସନ୍ତୋଷ ପ୍ରକାଶ କରିଥିଲେ l ଶିକ୍ଷକ ଶ୍ରୀ ରୋଶନ ଗୌଡ଼, ଶିକ୍ଷୟତ୍ରୀ ସାଲୁ ବିଶ୍ୱାଳ, ବିଷ୍ଣୁ ପ୍ରିୟା ନାୟକ ଉପସ୍ଥିତ ଥିଲେ। ଆଶା ରାଣୀ ସାହୁ ଧନ୍ୟବାଦ ଦେଇଥିଲେ । ଉପଦେଷ୍ଟା ଶୁଳପାଣି ଶତପଥି ସଭା କୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *