
ବାଲିପଦର ୦୫/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ଝୋଲରି ଭାଗବତ ଗାଦି ପିଠରେ କାର୍ତ୍ତିକ ପୁର୍ଣ୍ଣିମା ଅବସରରେ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ପ୍ରତିଷ୍ଠାନର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଏକ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ଯ ଅତିଥି ଭାବେ କରଚୁଲି ମଠ ମହନ୍ତ ସ୍ବାମୀ ସତ୍ୟାନନ୍ଦ ବ୍ରହ୍ମଚାରୀ ଯୋଗଦେଇ ଭାଗବତ ସମ୍ପର୍କରେ ଆଲୋଚନା କରି ଜନ ସାଧାରଣ ଆଧ୍ଯାତ୍ମିକ ମାର୍ଗରେ ଅନୁପ୍ରାଣିତ ହେବାକୁ ପ୍ରବର୍ତ୍ତାଇ ଥିଲେ। ଅନ୍ୟ ମାନଙ୍କ ମଧ୍ଯରେ କବି ପ୍ରସନ୍ନ କୁମାର ଦାଶ, ସମାଜସେବୀ ଖଲି ପରିଡ଼ା, କବି କୃଷ୍ଣଚନ୍ଦ୍ର ଡାକୁଆ, ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ଯରେ ସର୍ବଶ୍ରୀ ଅଭିମନ୍ୟୁ ଡାକୁଆ, ମଙ୍ଗୁଳୁ ବିଷୋୟୀ, ରାମଚନ୍ଦ୍ର ଡାକୁଆ, ନିରଞ୍ଜନ ବେହେରା, ଦେବ ଡାକୁଆ, ଅଭିମନ୍ୟୁ ସେଠୀ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ। ଶେଷରେ ଅନୁଷ୍ଠାନ ପକ୍ଷରୁ ଖଲିପରିଡା ଧନ୍ଯବାଦ ଅର୍ପଣ କରିଥିଲେ।