
ଭଂଜନଗର ୨୧/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଚାଷୀ ଓ ଚାଷର ଉନ୍ନତି ପାଇଁ ବହୁବିଦ୍ଧି ଯୋଜନା କରାଯାଇ ଅର୍ଥ ବ୍ୟୟବରାଦ କରାଯାଉଛି। ଏଥିସହ ସମସ୍ତ ଯୋଜନା ଗୁଡିକ ତୃଣମୂଳ ସ୍ତରରେ କିଭଳି ଚାଷୀ ପାଇ ଉପକୃତ ହୋଇ ପାରିବେ ସେନେଇ ପଦକ୍ଷେପ ନିଆଯାଉଛି ବୋଲି ଆଜି ଭଞ୍ଜନଗର ବ୍ଳକ ଗୋଲାପଡା ପଞ୍ଚାୟତର ସପ୍ନେଶ୍ବର ମନ୍ଦିର ନିକଟ ପଡିଆରେ ଆୟୋଜିତ ବ୍ଳକ ସ୍ତରୀୟ ଜଳବିଭାଜିକା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଯୋଗ୍ୟ ଚାଷୀଙ୍କୁ ସମସ୍ତ ସୁବିଧା ଦେବା ନେଇ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏଥିରେ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ କୁମାର ପଟ୍ଟନାୟକ,ସରପଞ୍ଚ ସୁକାନ୍ତ କୁମାର ମଲ୍ଲିକ,ସମିତିସଭ୍ୟ ପିତବାସ ପ୍ରଧାନ,ଉଦ୍ୟାନ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ଇତିଶ୍ରୀ ପ୍ରିୟଦର୍ଶିନୀ,ବିଭିଓ ଟୁକୁ କୁମାର ସିଠ୍,ସହକାରୀ ମତ୍ସ୍ୟ ଅଧିକାରୀ ସୁଦ୍ଦେଷ୍ଣା ପାତ୍ର,ଡିଓ ଏଲ୍ଆର୍ ସର୍ମିଷ୍ଠା ପାଣିଗ୍ରାହୀ ପ୍ରମୁଖ ସମ୍ମନ୍ବିତ କୃଷି ସହ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ସଂର୍ପକରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କିଛି ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାକୁ ସୁଶାନ୍ତ କୁମାର ବେହେରା ସଂଯୋଜନା କରିଥିବା ବେଳେ ମୃର୍ତ୍ତିକା ସଂରକ୍ଷଣ ବିଭାଗର ସହକାରୀ ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ସ୍ବାଇଁ ଓ ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।