ଛୁଟି ପଡ଼ିଲେ ପୁରୀବାସୀଙ୍କୁ ନର୍କ ଯନ୍ତ୍ରଣା

ପୁରୀ, ୨୬/୧(ବଳରାମ ତ୍ରିପାଠି): ତିନିଦିନିଆ ଛୁଟି ପରେ ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି! ଗଳିକନ୍ଦି ତ ଦୂରେ ଥାଉ ବଡ଼ଦାଣ୍ଡର ଛବ ପାର ହେବା ମଧ୍ୟ କାଠିକର ହୋଇଛି! ଖରାର କୋପ ଅସନ୍ଯ ହେଲାଣି,ମଉଜ କରୁଛନ୍ତି, କିନ୍ତୁ ବାସିନ୍ଦା ଦହଗଞ୍ଜ ହେଉଛନ୍ତି ଗୁରୁତ୍ଵପୂର୍ଣ କଥା ହେଉଛି, ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ସଂଲଗ୍ନ ଗଲିଗୁଡିକ ମୁଖ୍ୟତଃ ଅଣଓସାରିଆ କିଛି ରାସ୍ତାର ଚଉଡ଼ା ମାତ୍ର ୫ ଫୁଟରୁ ୧୦ ଫୁଟ ଭିତରେପେଟପାଟଣା ପାଇଁ ସେଇ ଅଣଓସାରିଆ ଗଳିରେ ପସରା ଖୋଲିଛନ୍ତି କେହିକେହି ସମ୍ପୂର୍ଣ୍ଣ ଭାବେ ବ୍ୟବସାୟ ବୃଦ୍ଧି ହରାଇ ଅନ୍ୟତ୍ର ଚାକିରି କିମ୍ବା କାମ କଲେଣି କିନ୍ତୁ କ୍ୟାତିନଗୁଡ଼ିକ ଯାତାୟତ ରାସ୍ତାରେବେଳେ ବାସିନ୍ଦା ଓ ପର୍ଯ୍ୟଟକଙ୍କୁ ନାକେଦମ ହେବାକୁ ପଡୁଛି ଗଳି ଭିତରେ ଫମିଲେ ମୁକୁଳିବାକୁ ଅଧଘଣ୍ଡା ଲାଗିଯାଉଛି! ଦୋଳମଣ୍ଡପ ସାହି, ବାଲି ସାହି, ମରିଚିକୋଟ ଗଳି, ଶନିମନ୍ଦିର ଗଳି, ଶ୍ରୀକୃଷ୍ଣ ସିନେମା ଗଳି, ହରଚଣ୍ଡୀ ମାହି, ଲୋକନାଥ ରୋଡ୍ ଗଳିରେ ପ୍ରତିଦିନ ଲୋକେ ପ୍ରତିଦିନ ଟ୍ରାଫିକ ଭିତରେ ଯୁଝୁଛନ୍ତି।ଶ୍ରୀମନ୍ଦିର ସଂଲଗ୍ନ ଗଳିକନ୍ଦି ରାସ୍ତା ଖୁବ୍ ସଂକୀର୍ଣ୍ଣ ହୋଇଥିଲେ ହେଁ ସେଠାରେ ପସରା ମେଲାଇ ବସି ରହୁଛନ୍ତି ବ୍ୟବସାୟୀ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ବଡ଼ଦାଶ ମୁକ୍ତ ପ୍ରକ୍ରିୟାରେ ସିଂହଦ୍ବାରରୁ ମେଡିକାଲ ଛକ ଏବଂ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ପ୍ରାୟ ଦେଢ଼ ହଜାରରୁ ଅଧିକ ଉଠା ଦୋକାନୀଙ୍କୁ ହଟାଯାଇଛି! କିଛି ବ୍ୟକ୍ତି ଠେଲା, ଜ୍ୟାଗିନ, ଖଟ ପକାଇ ବ୍ୟବସାୟ କରୁଥିଲେ। ଯେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ ଉଠା ଦୋକାନୀମାନଙ୍କୁ ହଟାଇବା ନିଷ୍ପତ୍ତି ନିଆଗଲା, କ୍ଷୁଦ୍ର ବ୍ୟବସାୟୀମାନେ ବିକଳରେ ନିଜର ଜ୍ୟାବିନ ଓ ଠେଲା ଉଠେଇ ନେଲେ। କିନ୍ତୁ ରଖିବା ପାଇଁ ପର୍ଯ୍ୟାପ୍ତ ଜାଗା ତପାଇବାରୁ ସାହି ଗଳି କନ୍ଦିର ଆଶ୍ରା ଜେଲେ ଫଳରେ ସେବାୟତଙ୍କଠାରୁ ନେଇ ବାମିନ୍ଦା ଓ ପର୍ଯ୍ୟଟକମାନେ ପ୍ରତିଦିନ ଯାତାୟତରେ ଯନ୍ତ୍ରଣା ଭୋଗୁଛନ୍ତି ଛୁଟି ଦିନ ହେଲେ ଯନ୍ତ୍ରଣା ବହୁରୂଣ ହେଉଛି। ଦୀର୍ଘ ସମୟ ଟ୍ରାଫିକ ଜାମରେ ଫସି ରହୁଛନ୍ତି। ଏନେଇ କାଳିକାଦେବ ସାହି ବିଶ୍ଵଜିତ ମହାପାତ୍ର କହିଛନ୍ତି, ବହୁ ସେବାୟତ ଶ୍ରୀମନ୍ଦିରକୁ ପାଳି ଖଟିବାକୁ ଯାଆନ୍ତି! ଛୁଟିଦିନ ହେଲେ ଚିନ୍ତା ବଢିଯାଉଛି। ଅନ୍ୟପକ୍ଷରେ ଉଠା ଦୋକାନଗୁଡ଼ିକ ପଡ଼ି ରହି ଗଳିଗୁଡ଼ିକ କ୍ରମଶଃ ତମି ସୃଷ୍ଟି କଲାଣି ହାର ଫାଇଦା ନେଇ ଏବେ ଦୋକାନ କୋଣରେ ଅନ୍ଧାରିଆରେ ନିଶା ପାନ ନମୁଛି! ତେଣୁ ଆମ ପରିବାରର ଝିଅ ବୋହୂମାନେ ଯିବା ଆସିବା କରିବାକୁ ସଙ୍କୋଚ କରୁଛନ୍ତି ବୋଲି ସେ କହିଛନ୍ତି।ସେଇଥିରେ ଚାରି ଦ୍ବାରରେ ଲାଗିଛି ଲମ୍ବା ଲାଇନ୍ ସ୍ଥିତି ଏମିତି ଯେ ଧାଡ଼ି ଦେଖି ଅନେକ ଫେରି ଯାଉଛନ୍ତି ବାସିନ୍ଦାମାନେ ତ ଦର୍ଶନ କଥା ଭାବିପାରୁନାହାନ୍ତି ଏଣେ ଶ୍ରୀମନ୍ଦିର ସଂଲଗ୍ନ ଗଳିକନ୍ଦିର ଭିତରେ ଲୋକେ ଘରୁ ଗୋଡ଼ କାଢ଼ିବାକୁ ହିଁ ଶଙ୍କି ଯାଉଛନ୍ତି ପର୍ଯ୍ୟଟକ ସିନାସୀମିତ ଏହା ସତ୍ତ୍ବେ ଉକ୍ତ ସାହି ଗଳିକନ୍ଦିର ପ୍ରବେଶ ପଥରେ ଧାଡ଼ିଧାଡ଼ି ହୋଇ କ୍ୟାଳିନଗୁଡିକ ରଖାଯାଇଛି ପୁଣି ଘର ସାମ୍ନାରେ ବାଇଚୁଟିଏ ରହିଲେ, ଅତିକ୍ରମ କରି ଆଉ ଗୋଟେ ଗାଡ଼ି ଅତିକ୍ରମ କରିବା କାଠିକର ହେଉଛି! ଏ କିଛି ବ୍ୟବସାୟ ବିକଳ୍ପ ବୃଦ୍ଧି ନପାଇରହିବା ଫଳରେ ସାହିବାସିନ୍ଦାଙ୍କ ଯାତାୟତ ଠପ୍ ହୋଇଯାଉଛି! ଶ୍ରୀମନ୍ଦିରର ସଂଲଗ୍ନ ଗଳିକନ୍ଦି ଦେଇ ଲୋକେ ଅନ୍ୟ ମଠ ମନ୍ଦିର ଓ ସମୁଦ୍ରକୁ ଯାଉଥିଲେ ହେଁ ପ୍ରତିଦିନ ଭିଡ଼ରେ ଫସୁଛନ୍ତି। ପ୍ରତିଦିନ ସାହି ଗଳିରୁ ମୁଖ୍ୟ ରାସ୍ତାକୁ ବାହାରିବା କିମ୍ବା ଗଳିକୁ ପ୍ରବେଶ