ବାଲିପଦରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ବାଲିପଦର:-୨୭/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଦେଶର ୭୭ତମ ସାଧାରଣତନ୍ତ୍ର ଦିବସ ବାଲିପଦରର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ମହାସମାରୋହରେ ପାଳିତ ହୋଇ ଯାଇଛି। ବାଲିପଦର ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ଇ. ନିଳାଚଳ ପାତ୍ର ପତାକା ଉତ୍ତୋଳନ କରି ଥିବାବେଳେ, ଆଞ୍ଚଳିକ ମହାବିଦ୍ୟାଳୟରେ ଅଧ୍ଯକ୍ଷ ସରୋଜକାନ୍ତ ଦାସ, ମହିଳା ଉଚ୍ଚ ବିଦ୍ୟାଳୟରେ ବଜୟନ୍ତି ମାଳା ସୁବୁଦ୍ଧି, ପ୍ରେଣ୍ଡସ୍ କ୍ଳବ ଦେବନାଥ ରଣା, ବଣିକସଂଘ ଜି. ସଞ୍ଜିବ କୁମାର ପାତ୍ର, ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ଠାରେ ଇଂ ବିପ୍ର ଚରଣ ପାତ୍ର, ଘୁମୁସର ର ସ୍ବର ଡ. ବି. ପ୍ରକାଶ ଚନ୍ଦ୍ର ପାତ୍ର, ଅହଲ୍ୟା ଦେବୀ ମହିଳା ମହାବିଦ୍ୟାଳୟରେ ବ୍ରୁନ୍ଦାବନ ମହାନ୍ତି, ଡିଗ୍ରୀ କଲେଜରେ ଅଧ୍ଯକ୍ଷ ଗୋପିନାଥ ମହାନ୍ତି, ବାଲିପଦର ଗ୍ରାମ ପଞ୍ଚାୟତରେ ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ ପତାକା ଉତ୍ତୋଳନ କରିଥିବା ବେଳେ ଷ୍ଟେଟ ବ୍ୟାଙ୍କ, ଆଇ .ଓ. ବି ବ୍ୟାଙ୍କ, ପୋଲିସ୍ ଫାଣ୍ଡି, ଅର. ଆଇ ଅଫିସ୍,ସେବା ସମବାୟ ସମିତି, ବିଦ୍ୟୁତ କାର୍ଯ୍ୟାଳୟ, ସରକାରୀ ମେଡିକାଲ, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ପ୍ରଭ୍ରୁତି ଅନୁଷ୍ଠାନ ମାନଙ୍କରେ ପତାକା ଉତ୍ତୋଳନ କରାଯାଇ ଥିଲା।