ମୃତ୍ୟୁ ସହ ସଂଗ୍ରାମ କରୁଛି ଦଶାନନ ରେଡକ୍ରସ ପାଣ୍ଠି ରୁ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ପାଇଁ ଗୁହାରୀ

ନୂଆପଡ଼ା (ପରମେଶ୍ଵର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି): ଜିଲ୍ଲା ବୋଡେ଼ନ ବ୍ଲକ ସୁନାପୁର ପଞ୍ଚାୟତା ଅନ୍ତର୍ଗତ ବାଗବାହାଲ ଗ୍ରାମର ଦଶାନନ ହଂସ କ୍ୟାନ୍ସର ପୀଡ଼ିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଆଜକୁ ପ୍ରାୟ ବର୍ଷେ ହେଲା ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପରେ ଅର୍ଥାଭାବରୁ ବର୍ତ୍ତମାନ ସେ ଅସହାୟ ହୋଇପଡିଛି। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଏବଂ ରେଡକ୍ରସ ରୁ ସହାୟତା ଯୋଗାଇ ଦେବାକୁ ସେ ଆକୁଳ ନିବେଦନ କରିଛି। ତାର ପାଟି ରେ ଦାନ୍ତ ଦରଜ ହେବା ସହ ଗୋଟିଏ ଦାନ୍ତ ପାର୍ଶ୍ବରେ ଦରତ ବଢ଼ି ଉଠିଥିଲା। ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲ ବୁଲିବା ପରେ ତାଙ୍କୁ କ୍ୟାନ୍ସର ହୋଇଥିବା ଜଣାପଡିଥିଲା। କ୍ୟାନ୍ସର ହୋଇଥିବା ଜାଣି ସେ ଅସହାୟ ହୋଇପଡ଼ିଥିଲା। ଅର୍ଥାଭାବରୁ ଚିକିତ୍ସା ହୋଇନପାରି ମୁଣ୍ଡରେ ହାତ ଦେଇ ବସିଥିଲା। ପରେ ସରକାରଙ୍କ ଆୟୁଷ୍ମାନ ଯୋଜନା କାର୍ଡ ମଧ୍ୟରେ ଛତିଶଗଡ ରାୟପୁର ସ୍ଥିତ ସଂଜୀବନୀ ହସ୍ପିଟାଲ ଅସ୍ତ୍ରୋପଚାର ହୋଇଥିଲା କିନ୍ତୁ ବାଲକୋ ସହ ଏମମସ ହସ୍ପିଟାଲରେ ଚିକିତ୍ସା ହୋଇଥିଲା। ସେଠାରେ ସଫଳ ଅସ୍ତ୍ରୋପଚାର ଯୋଗୁଁ ସେ ସୁସ୍ଥ ହୋଇ ନିରାପଦ ମନେ କରିଥିଲା ସତ ହେଲେ ବର୍ତ୍ତମାନ ପୁଣି ମୃତ୍ୟୁ ସହ ସଂଗ୍ରାମ କରୁଛି ଦଶାନନ l ପାଟି ଶୁଖିବା ପାଇଁ କେମୁ ୨ ୧ ଦିନରେ ଥରେ ଲାଗିଲା l ରାଇପୁର କୁ ଯିବା ଆସିବା ସହ ଔଷଧ ଖର୍ଚ୍ଚ ଧାର କରଜ କରି ୧ ବର୍ଷ ପର୍ଯ୍ୟନ୍ତ ହେଲା କିନ୍ତୁ ଦଶାନନ ଠିକ ହେଲେ ନାହିଁ l ବର୍ତ୍ତମାନ ସେ ଟଙ୍କା ଯୋଗାଡ କରି ଚିକିତ୍ସା ହେବା ତା ପକ୍ଷେ ସମ୍ଭବ ନୁହେଁ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଏବଂ ରେଡକ୍ରସ ପାଣ୍ଠିରୁ ସହାୟତା ରୁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଲେ ଚିକିତ୍ସା ହୋଇ ଆରୋଗ୍ୟ ହୋଇପାରିବ ବୋଲି ପ୍ରକାଶ କରିଛି। ପ୍ରକାଶ ଯୋଗ୍ୟ ଯେ ସେ ଜଣେ ବିପିଏଲ ପରିବାର ଅନ୍ତର୍ଭୁକ୍ତ ହୋଇଥିବା ବେଳେ କୁଲି ମଜୁରୀ କରି ଚଳନ୍ତି। ପରିବାର କହିଲେ ସ୍ତ୍ରୀ ଧନମତି (୪୦) ଏବଂ ଗୋଟିଏ ନାବାଳିକା ଝିଅ ଯଜ୍ଞସେନୀ ହଂସ (୧୨) ପୁଅ କ୍ଷମାସାଗର(୬) । ଜମିବାଡ଼ି କହିଲେ କିଛି ନାହିଁ। ସମ୍ପତ୍ତି କହିଲେ ରାସନ୍ କାର୍ଡ ଖଣ୍ଡିକ। ଏପରି ପରିସ୍ଥିତିରେ ସ୍ତ୍ରୀ ମୁଣ୍ଡରେ ହାତ ଦେଇ ଆଖିରେ ଲୁହ ଝରାଇ ବସିଛି। ସରକାର ସହାୟ ନହେଲେ ସ୍ଵାମୀ ଓ ଦୁଇ କୁନି ଝିଅ ପୁଅ ଙ୍କୁ କେମିତି ବଞ୍ଚାଇବ ସେନେଇ କୋହ ଭରା କଣ୍ଠରେ ଗୁହାରୀ କରୁଛି। ପ୍ରଶାସନ ଏଦିଗରେ ତୁରନ୍ତ ଦୃଷ୍ଟି ଦେଇ ଦଶାନନ ହଂସ କୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି l