
ଭଞ୍ଜନଗର ୨୭/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଆଜିଠାରୁ ଆରମ୍ଭ ହେଉଛି ଗୋପାଳପୁର ବେଳାଭୂମୀ ମହୋତ୍ସବ। ଏଥି ନିମନ୍ତେ ଚଳିତ ବର୍ଷ ବ୍ୟାପକ ଆୟୋଜନ କରାଯାଉଥିବା ବେଳେ ଏହି ମହୋତ୍ସବକୁ ଲୋକାଭିମୁଖୀ କରିବା ସହ ଏହାର ସଫଳତା ପାଇଁ ବିଭିନ୍ନ ଆଧ୍ୟାତ୍ମିକ ପୀଠରୁ ମଶାଲ ଶୋଭଯାତ୍ରାରେ ଜ୍ୟୋତି ଗୋପାଳପୁରକୁ ପଠାଯାଇଛି। ଏହି ପରିପ୍ରେକ୍ଷିରେ ଆଜି ଘୁମୁସରର ଅଧିଷ୍ଠାତ୍ରୀ ଦେବୀ ମାଆ ବ୍ୟାଘ୍ରଦେବୀଙ୍କ ପୀଠରୁ ମଧ୍ୟ ମଶାଲ ଯାଇଛି। ଆଜି ଭୋର ସମୟରେ ମନ୍ଦିର ପ୍ରାଙ୍ଗଣରେ ପ୍ରଥମେ ୧୦୮ ଆଳତୀ ଓ ପୂଜାର୍ଚ୍ଚନା ହେବା ପରେ ଜ୍ୟୋତିକୁ ମନ୍ଦିର ବେଢା ପରିକ୍ରମା କରାଯାଇଥିଲା। ଏହାପରେ ଏକ ସ୍ବତନ୍ତ୍ର ଗାଡିରେ ମଶାଲକୁ ଶୋଭାଯାତ୍ରାରେ ଗୋପାଳପୁର ଅଭିମୁଖେ ନିଆଯାଇଥିଲା। ଏହି ସମୟରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ,ଉପଜିଲ୍ଲପାଳ ଉମା ଶଙ୍କର ବେହେରା,ଅତିରିକ୍ତ ଏସ୍ପି ରଞ୍ଜନ ଦେ,ଏସ୍ଡିପିଓ ଡ.ଦିପକ କୁମାର ମିଶ୍ର,ନୀଳମାଧବ ପାତ୍ର,ସରପଞ୍ଚ ଭି.ସଂଯୁକ୍ତ ରାଜ,ରାଜୀବ ଲୋଚନ ରାଜୁ,ସଞ୍ଜୟ ପ୍ରଧାନ,ବ୍ରହ୍ମାନନ୍ଦ ଦାସ,ସୁରେଶ ସାହୁ,ଶିବ ପ୍ରସାଦ ସାହୁ, ଦିଲ୍ଲୀପ ପାତ୍ର ବହୁ ଶ୍ରଦ୍ଧାଳୁ ପ୍ରମୁଖ ଉପସ୍ଥିତ ରହି ମଶାଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।