ଋଷିକୂଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳର ବାର୍ଷିକ ଉତ୍ସବ ଅନୁଷ୍ଠିତ

ସୋରଡ଼ା ୨୭/୦୧ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଆଜି ସୋରଡ଼ା ଋଷିକୂଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ସ୍କାଉଟ ଛାତ୍ର ମାନଙ୍କ ଦ୍ଵାରା ଆଗନ୍ତୁକ ଅତିଥି ତଥା ମୁଖ୍ୟ ଅତିଥି ଭାବେ ବିଧାୟକ ନୀଳମଣି ବିଷୋୟୀ, ସମ୍ମାନିତ ଅତିଥି ଭାବେ ଏନ ଏ ସି ଅଧ୍ୟକ୍ଷ ଶିଵ ଶଙ୍କର ପଣ୍ଡା, ନିର୍ବାହୀ ଅଧିକାରୀ ଉମେଶ ଚନ୍ଦ୍ର ସାହୁ,ତହସିଲଦାର ଗୋପାଳକୃଷ୍ଣ ରାଉତରାୟ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର, ଗୋଷ୍ଠୀ ଶିକ୍ଷାଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ,ବ୍ଲକ ଉପାଧ୍ୟକ୍ଷ ଅମୂଲ୍ୟ କୁମାର ସାହୁ,ଜିଲ୍ଲା ପରିଷଦ ସମରେନ୍ଦ୍ର କୁମାର ସାହୁ,ରାମ ଶବର ସ୍ଥାନୀୟ ସରପଞ୍ଚ ଦେବରାଜ ମଲ୍ଲିକ, ବିଧାୟକଙ୍କ ବିଦ୍ୟାଳୟ ଓ ଶିକ୍ଷା ବିଭାଗର ପ୍ରତିନିଧି ରଜନୀକାନ୍ତ ମହାପାତ୍ର,ଆଦିଙ୍କୁ ପାଛୋଟି ନେଇଥିଲେ।ଓ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ ପରେ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଅତିଥି ମାନଙ୍କୁ ସମ୍ମାନିତ କରିଥିଲେ।ଅତିଥି ମାନଙ୍କ ନିଜ ଅଭିଭାଷଣରେ କହିଛନ୍ତି ଆଜିର ପିଲାମାନଙ୍କ ପାଇଁ ପାଠ ପଢ଼ିବାର ସୁବିଧା ସହିତ ଶୈକ୍ଷିକ ବାତାବରଣ ସହିତ ଆନନ୍ଦ ଉଲ୍ଲାସର ସହ ବିଦ୍ୟା ଅର୍ଜ୍ଜନ ଓ ନିଜ କଲା ପ୍ରତିଭାକୁ ପରିପ୍ରକାଶ କରିବା ପାଇଁ ପ୍ରୟାସ କରାଯାଉଛି।ଏଣୁ ଏହି ବାର୍ଷିକ ଉତ୍ସବ ପିଲାଙ୍କ ପାଇଁ ଅତ୍ୟନ୍ତ ଉପାଦେୟ।ଏବଂ ନିଜର କଲେଜ ଜୀବନର ଗାଥା କହି ତୁଳନାତ୍ମକ ଭାବେ ଆଜିର କଲେଜ ଭିତ୍ତିଭୂମି ବହୁତ ଉନ୍ନତ ଏଣୁ ଉନ୍ନତ ବିଦ୍ୟା ଅର୍ଜ୍ଜନ ପାଇଁ ଆଶା ରଖିଛନ୍ତି ମୁଖ୍ୟ ବକ୍ତା ତନ୍ମୟ ପାତ୍ର। ସେହିପରି ବିଧାୟକ ନୀଳମଣି ବିଷୋୟୀ ବିଦ୍ୟାଳୟର ପରିପାଟି ସହିତ ଖେଳ ପଡିଆ ସରକାରଙ୍କ ପ୍ରଚେଷ୍ଟା ରେ ଉନ୍ନତ କରିବା ନେଇ କହିଥିବା ବେଳେ ମେଧା ବୃତ୍ତି ଭଳି ବିଭିନ୍ନ ଯୋଜନା ଦ୍ଵାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକ ମଧ୍ୟ ଉନ୍ନତ ଧରଣ ହେବ ବୋଲି କହିଛନ୍ତି ।ବାର୍ଷିକ ଉତ୍ସବରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ତହସିଲଦାର ବିଭିନ୍ନ ସଚେତନ ଧର୍ମୀ ଉଦାହରଣ ଦେଇ ପିଲାଙ୍କ ପାଠ ପଢ଼ିବା ଓ ଜ୍ଞାନ ସଂଗ୍ରହର ବିଭିନ୍ନ ପଦ୍ଧତି ବିଷୟରେ ବିସ୍ତ୍ରୁତ ଭାବେ କହିଛନ୍ତି।ଏନ୍ ଏ ସି ଅଧ୍ୟକ୍ଷ ଶିଵ ଶଙ୍କର ପଣ୍ଡା ଏହି ଅନୁଷ୍ଠାନ ଅଞ୍ଚଳର ବହୁ ପୁରାତନ ହୋଇଥିବା ବେଳେ ଉର୍ଣ୍ଣିତ ଖେଳ ପଡିଆ ଯୋଗାଇବା ସହିତ ଭିତ୍ତିଭୂମିର ଆହୁରି ଉର୍ଣ୍ଣତି ପାଇଁ କହିଛନ୍ତି।ଏହି ବିଦ୍ୟାଳୟର ସଭାପତି ତଥା ସଭା ସଞ୍ଚାଳକ ଭାବେ ବିଦ୍ୟାଳୟର ଅଧ୍ୟକ୍ଷ ଅନୀଲ କୁମାର ଦାସ ସଭା ପରିଚାଳନା କରିଥିବା ବେଳେ ଧର୍ମେନ୍ଦ୍ର ନାଥ ପାତ୍ର ପରିଚୟ ପ୍ରଦାନ କରିଛନ୍ତି। ଅଧ୍ୟାପିକା ଉଷା ରାଣୀ ସାବତ ନିଜ ବିଦ୍ୟାଳୟର କୃତି ଓ ବର୍ଷିକ ବିବରଣୀ ପାଠ କରିବା ସହ ଓଡ଼ିଆ ଅଧ୍ୟାପକ ଗୌରୀ ଶଙ୍କର ଆଚାର୍ଯ୍ୟ ଅତିଥି ପରିଚୟ ସହିତ ବିକାଶ ଓ ବିକଶିତ ଅଧ୍ୟୟନ ନେଇ କହିଛନ୍ତି।ଏହି ବିଦ୍ୟାଳୟର ଅଧକ୍ଷ୍ୟା ଅନୀଲ କୁମାର ଦାସଙ୍କ ସହିତ ପ୍ରଶାସନିକ ଅଧିକାରୀ ତଥା ଅଧ୍ୟାପକ ସୁଶାନ୍ତ କୁମାର ବିଷୋୟୀ, ଓଡ଼ିଆ ଅଧ୍ୟପକ ଧର୍ମେନ୍ଦ୍ରନାଥ ପାତ୍ର,ଗଣିତ ଅଧ୍ୟାପକ ସୀତାରାମ ଗୌଡ଼ଙ୍କ ସହ ବିଦ୍ୟାଳୟର ଅଧ୍ୟାପକ ଗଣ ସେକ ରଫିକ ଉଲ୍ଲା,ବିଶ୍ୱେଶ୍ୱର ମହାପାତ୍ର, ବସନ୍ତ ମହାପାତ୍ର,ବିଶ୍ୱମୋହନ ପ୍ରଧାନ, ଜଗନ୍ନାଥ ସାହୁ,ରାମଚନ୍ଦ୍ର ବିଷୋୟୀ, ଅଶୋକ କୁମାର ନାୟକ, ବଂଶୀଧର ପ୍ରଧାନ ପ୍ରମୁଖଙ୍କ ସହଯୋଗ କରିଥିଲେ। ଖେଳ ଶିକ୍ଷକ ଧ୍ରୁବ ଚରଣ ବେହେରାଙ୍କ ତତ୍ୱାବଧାନରେ ଶାନ୍ତି ଶୃଙ୍ଖଳା ରକ୍ଷା ସହିତ ଅତିଥି ମାନଙ୍କୁ ଅଭିବାଦନ ପ୍ରଦାନ କରିଥିଲେ। ମଧ୍ୟହ୍ନରେ ଛାତ୍ରୀ ମାନଙ୍କ ଦ୍ଵାରା ଉଚ୍ଚ କୋଟିର ନୃତ୍ୟ ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ କରିଥିଲେ। ଏବଂ ଏହିଥିରୁ ଦେଶାତ୍ମବୋଧକ ନୃତ୍ୟ ଓ ଆତ୍ମା ସୁରକ୍ଷା ନେଇ ସଚେତନ ଧର୍ମୀ କାର୍ଯ୍ୟକ୍ରମ ବେଶ ମନୋମହକ ହୋଇଥିଲା। ପରିଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ଧନ୍ୟବାଦର ଶହ ଅତିଥି ଓ ଶୁଭେଚ୍ଛୁଙ୍କୁ ଜଣାଇବା ସହିତ ପିଲାଙ୍କ ସଫଳ ଜୀବନ ଯାପନ ପାଇଁ ଆଶା ରଖିଛନ୍ତି।