
ଭବାନୀପାଟଣା: ତା,12/03(ପର୍ଶୁରାମ ସିନ୍ଦୁର) ଓଡ଼ିଶା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ OSWAN ହଲ୍ ଠାରେ ଜିଲ୍ଲାପାଳ କଳାହାଣ୍ଡି, ପାୱାର ସଚିନ ପ୍ରକାଶ ଙ୍କ ଙ୍କ ଅଧ୍ଯକ୍ଷତାରେ ଜିଲ୍ଲାର ସମସ୍ତ LPG ଓ Petrol, Diesel ବିତରକ ମାନଙ୍କ ସହ ଏକ ଜରୁରୀ ବୈଠକ ଅନୁଷ୍ଟିତ ହୋଇଥିଲା । ଉକ୍ତ ବୈଠକରେ ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ ର ନିରବଚ୍ଛିନ୍ନ ଯୋଗାଣ ଓ ସରକାରଙ୍କ ଦ୍ବାରା ସ୍ଥିରୀକୃତ ଦାମ ରେ ବିକ୍ରୟ ସମ୍ୱନ୍ଧ ରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ତୈଳ ଯୋଗାଣକାରୀ ସଂସ୍ଥା ର ବିତରକ ଓ ଅଧିକାରୀ ମାନଙ୍କ ସହ ଯୋଗାଣ ବିଭାଗ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହି ବୈଠକରେ ଜିଲ୍ଲାପାଳ ସମସ୍ତ ବିତରକ ମାନଙ୍କୁ ତାଗୀତ କରିବା ସହିତ କଲବଜାରୀ କରୁଥିବା ବ୍ୟକ୍ତିମାନଙ୍କୁ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନ -୧୯୫୫ ଅନୁଯାୟୀ ଦୃଢ଼ କାର୍ଯାନୁଷ୍ଠାନ ନେବା କୁ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ,ଅଜୟ କୁମାର ମଲ୍ଲିକ ବୈଠକ ରେ ପ୍ରକାଶ କରିଥିଲେ ଯେ ସାଧାରଣ ଜନତା ଏଥି ସମ୍ୱନ୍ଧୀୟ କୌଣସି ଅଭିଯୋଗ କୁ ଜିଲ୍ଲା Control Room Mobile No. ୯୪୩୮୨୦୦୦୪୫ ରେ ଯୋଗାଯୋଗ କରି ଅଭିଯୋଗ ଦାଖଲ କରି ପାରିବେ । ଜିଲାରେ LPG ଓ Petrol, Diesel ତଦାରଖ ନିମନ୍ତେ ଜିଲ୍ଲାପାଳ ଙ୍କ ଅଧ୍ଯକ୍ଷତାରେ ଜିଲ୍ଲା ସ୍ତରୀୟ ଏକ committee ଏବଂ ତହସିଲଦାର ଙ୍କ ଅଧ୍ଯକ୍ଷତାରେ block ସ୍ତରୀୟ committee ଗଠନ କରାଯାଇଛି । ବ୍ଳକ ସ୍ତରୀୟ ଯୋଗାଣ ନିରୀକ୍ଷକ ମାନେ ଏସମ୍ବନ୍ଧରେ ସଜାଗ ରହିବା ସହିତ ନିଜର ଦାୟିତ୍ଵ କୁ ଅଧିକ ଯତ୍ନବାନ୍ ହୋଇ ତୁଲାଇବା ପାଇଁ ଜିଲ୍ଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଥିଲେ।