
ସୋରଡା (ଅରକ୍ଷିତ ପରିଛା , ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଭାବେ ଦାୟିତ୍ଵ ଗ୍ରହଣ କଲେ ଡାକ୍ତର ସାଗର ନାୟକ । ସେ ପୂର୍ବରୁ ଛତ୍ରପୁର ବ୍ଲକ ଅଧୀନ ମୁନଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେବା ଯୋଗାଇ ଆସୁଥିଲେ । ସେ ଶୁକ୍ରବାର ଦାୟିତ୍ଵ ଗ୍ରହଣ କରିବା ପରେ ସୋମବାର ଦିନ ରୋଗୀ ସେବା ଆରମ୍ଭ କରିଛନ୍ତି । ଯୋଗ ଦେବାର ପ୍ରଥମ ଦିନରେ ୧୫୦ ଜଣ ଓ ପି ଡ଼ି ରୋଗୀ ଙ୍କୁ ସେବା ଦେଇଛନ୍ତି । ଡାକ୍ତରଙ୍କ ଚିକିତ୍ସା ଶୈଳୀ ଓ ବ୍ୟବହାରରେ ରୋଗୀମାନେ ବହୁତ୍ ଖୁସି ଅନୁଭବ କରୁଛନ୍ତି । ଡାକ୍ତରଙ୍କ ଘର ବ୍ରହ୍ମପୁର ହୋଇଥିବା ବେଳେ ସେ ବୁର୍ଲା ମେଡ଼ିକାଲରେ ଡାକ୍ତରୀ ଶିକ୍ଷା ଗ୍ରହଣ କରିଛନ୍ତି । ରୋଗୀଙ୍କୁ ଉତ୍ତମ ସେବା ଯୋଗାଇଦେବା ସହିତ ହସ୍ପିଟାଲର ଉନ୍ନତି ଦିଗରେ ସର୍ବଦା କାମ କରିବେ । ଏଠାରେ ଯୋଗଦାନ କରି ବହୁତ ଆନନ୍ଦ ଅନୁଭବ କରିଥିବା ସେ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ପ୍ରକାଶ କରିଛନ୍ତି । ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସନ୍ତୋଷ କୁମାର ପଣ୍ଡା ରୋଗୀ ସେବା ଦେଉଥିଲେ । ତାଙ୍କର କାର୍ଯ୍ୟ କରିବାର ଶୈଳୀ ଓ ଭୁଲ ଚିକିତ୍ସା ଯୋଗୁଁ ଅନେକ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଥିଲା ।