ଆକସନ ମୁଡ଼ରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଅପେକ୍ଷାର ଅନ୍ତ ଘଟିଲା। ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିଲା ବିଜେପି । ଦିଲ୍ଲୀରେ ରେଖା ସରକାରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ରାମଲୀଳା ପଡ଼ିଆରେ ରେଖା ଗୁପ୍ତା ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସମୟରେ ହିଁ ରେଖା ଗୁପ୍ତା ଆକସନ ମୁଡରେ ଆସିଯାଇଥିଲେ। ଆଜି ଦିଲ୍ଲୀ କ୍ୟାବିନେଟର ପ୍ରଥମ ବୈଠକ ଅନୁଷ୍ଠିତ ହେବ। ରେଖା ଦିଲ୍ଲୀ ସଚ୍ଚିବାଳୟରେ ପହଞ୍ଚି କାମ ଆରମ୍ଭ କରିବେ।ଏହାପରେ ଗରୁବାର ସନ୍ଧ୍ୟା ୫ଟାରେ ରେଖା ଗୁପ୍ତା ଯମୁନା ବଜାରର ବାସୁଦେବ ଘାଟଗସ୍ତ କରିବେ। ଏହାପରେ ସନ୍ଧ୍ୟା ୭ଟାରେ ଦିଲ୍ଲୀ ସଚ୍ଚିବାଳୟରେ କ୍ୟାବନିନେଟର ପ୍ରଥମ ବୈଠକ ହେବ।ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ୬ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ପ୍ରବେଶ ବର୍ମା, ଆଶୀଷ ସୁଦ, ସରଦାର ମଞ୍ଜିଦର ସିଂ ସିରସା, ରବିନ୍ଦ୍ର ସିଂ, କପିଲ ମିଶ୍ରା ଓ ପଙ୍କଜ କୁମାର ସିଂ ମନ୍ତ୍ରୀ ଭାରେ ରେଖା ଗୁପ୍ତାଙ୍କ ସହ ଶପଥ ଗ୍ରହଣ କରିଛନ୍ତି।ଅରବିନ୍ଦ କେଜ୍ରିୱାଲଙ୍କ ପୂର୍ବତନ ଆମ୍ ଆଦମୀ ପାର୍ଟି ସରକାରଙ୍କୁ ଲକ୍ଷ୍ୟ କରି ରେଖା ଗୁପ୍ତା କହିଛନ୍ତି ଯେ, ଗତ ୧୨ ବର୍ଷ ଧରି ଦିଲ୍ଲୀ ଶାସନ କରୁଥିବା ଏବଂ ଏଥିରେ ସମସ୍ତ ଦୁର୍ନୀତି ସମସ୍ୟା ଥିବା ସରକାରଙ୍କୁ ପ୍ରତ୍ୟେକ ପଇସା ହିସାବ ଦେବାକୁ ପଡିବ ।

Leave a Reply

Your email address will not be published. Required fields are marked *