ଦିଲ୍ଲୀରୁ ଆସୁଛି ଉତ୍ତମଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: ଦିଲ୍ଲୀରୁ ଉତ୍ତମଙ୍କ ପାର୍ଥିବ ଶରୀର ନେଇ ବାହାରୁଛନ୍ତି ବାବୁଶାନ ଓ ତୃପ୍ତି । ଦିନ ୧୧ ଟାବେଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ ପାର୍ଥିବ ଶରୀର । ତାପରେ ସିଧାସଳଖ ଜଗନ୍ନାଥ ବିହାରସ୍ଥିତ ବାସଭବନରେ ପହଂଚିବା ପରେ ଶେଷ ଦର୍ଶନ କରିବେ ସିନେ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷ। ଏହାପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ । ଗତକାଲି ୧୦.୪୫ ବେଳେ ତାଙ୍କର ଦେହାନ୍ତ ହୋଇଥିଲା । ପୂର୍ବରୁ ଲିଭର ଶିରୋସିସ ସାଙ୍ଗକୁ ନିମୋନିଆରେ ଆକ୍ରାନ୍ତ ଥିଲେ । ଗତକାଲି କାର୍ଡିଆକ ଆରେଷ୍ଟ ହୋଇଥିଲା ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଛି ବୋଲି କହିଛନ୍ତି ଅଭିନେତା ରବି ମିଶ୍ର ।ଉଲ୍ଲେଖ ଥାଉ କି ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଉତ୍ତମଙ୍କ ବିୟୋଗରେ ଓଲିଉଡ୍‌ ତଥା ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି। ଗତ ୬ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରର କିମ୍‌ସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା। ‌ସେଠାରେ ତାଙ୍କର ଲିଭର ସିରୋସିସ୍‌ ସହ ନିମୋନିଆର ଚିକିତ୍ସା ଚାଲିଥିଲା। ସାରା ରାଜ୍ୟରେ ଶହଶହ ପ୍ରଶଂସକ ତାଙ୍କର ଆରୋଗ୍ୟ କାମନା କରିଥିଲେ। ତେବେ ୨୦ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ‌ଶେଷରେ ଉତ୍ତମ ଚିରବିଦାୟ ନେଇଯାଇଛନ୍ତି |

Leave a Reply

Your email address will not be published. Required fields are marked *