ଭଞ୍ଜନଗର: ଦନ୍ତାହାତୀ ଆକ୍ରମଣରେ ଆନ୍ଧ୍ର ଶ୍ରମିକ ଗୁରୁତର

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ରେଞ୍ଜ ଅନ୍ତର୍ଗତ କିରାପଲ୍ଲୀ ଗ୍ରାମ ନିକଟରେ ବୁଧବାର ରାତିରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ସେହେଲେ ଆନ୍ଧ୍ର ପ୍ରଦେଶର ମହମ୍ମଦ ଜାଫର। ଜାଫର ଙ୍କୁ ପ୍ରଥମେ ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲ କୁ ନିଆଯାଇଛି। ଖବରପାଇ ଡି ଏଫ୍ ଓ ବିନୋଦ ଆଚାର୍ଯ୍ୟ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଏଥିସହ ମେଡ଼ିକାଲରେ ପହଞ୍ଚି ଆହତଙ୍କ ପ୍ରାଥମିକ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ ଆଜକୁ କିଛି ଦିନ ହେବ ବେଲଗୁଣ୍ଠା ବାଲିପଦର ମୁଖ୍ୟ ରାସ୍ତାର କିରାପଲ୍ଲୀ ଅଞ୍ଚଳରେ ଏକ ଦନ୍ତାହାତୀ ଘୁରୀ ବୁଲୁଛି। ଏହିଭଳି ପରିସ୍ଥିତିରେ ଆନ୍ଧ୍ରପ୍ରଦେଶରୁ ଆସି ଏଲ୍ ଆଣ୍ଡ ଟି କମ୍ପାନୀ ପକ୍ଷରୁ ରାସ୍ତାକଡରେ ପାଇପ୍ ବିଛା କାମ ରେ ନିୟୋଜିତ ଥିବା ଜଣେ ଶ୍ରମିକ ବୁଧବାର ରାତିରେ ଶୌଚ ହେବାକୁ ଯିବା ସମୟରେ ହାତୀ ହାବୁଡରେ ପଡି ଆହତ ହୋଇଥିଲେ। ଏନେଇ ଡି ଏଫ୍ ଓ ବିନୋଦ ଆଚାର୍ଯ୍ୟ ଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ ଆହତ ଙ୍କ ଚିକିତ୍ସା ପାଇଁ ବର୍ତ୍ତମାନ ୫ ହଜାର ଟଙ୍କା ଯୋଗାଇ ଦିଆ ଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ସରକାରଙ୍କ ନୀୟମ ଅନୁସାରେ ଯାହା ସହାୟତା ଲୋଡ଼ା ଯୋଗାଇ ଦିଆଯିବ।

Leave a Reply

Your email address will not be published. Required fields are marked *