୮ ମାସରେ ୨୦ ହଜାରରୁ ଅଧିକ ନିଖୋଜ ମାମଲା, ୭,୦୪୮ ଜଣଙ୍କ ସନ୍ଧାନ ମିଳିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗତ ୮ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ପୁଲିସ ଷ୍ଟେସନରେ ୨୦ ହଜାରରୁ ଅଧିକ ନିଖୋଜ ମାମଲା ପଞ୍ଜିକୃତ ହୋଇଛି । ସେଥି ମଧ୍ୟରୁ ୭,୦୪୮ ଟି ସମାଧାନ କରାଯାଇଛି। ସମ୍ପୃକ୍ତ ନିଖୋଜଙ୍କ ସନ୍ଧାନ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି ।ଜୁନ୍ ୨୦୨୪ ପରଠାରୁ ରାଜ୍ୟରେ ପଞ୍ଜିକୃତ ହୋଇଥିବା ମୋଟ ନିଖୋଜ ମାମଲା କେତେ ରହିଛି। ସେଥିମଧ୍ୟରୁ କେତେକ ସଂଖ୍ୟକ ସମାଧାନ ହୋଇଛି ଏବଂ କେତେ ବିଚାରାଧୀନ ଅଛି। ସମାଧାନରେ ବିଳମ୍ବର କାରଣ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ସମ୍ପର୍କରେ କଟକ ବାରବାଟି ବିଧାୟିକା ସୋଫିଆ ଫିରଦୋସ ପ୍ରଶ୍ନ କରିଥିଲେ ।

ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି ଯେ, ୧ ଜୁନ୍ ୨୦୨୪ ରୁ ୨୮ ଫେବ୍ରୁଆରି ୨୦୨୫ ମଧ୍ୟରେ ରାଜ୍ୟରେ ୨୦,୦୬୦ ନିଖୋଜ ମାମଲା ପଞ୍ଜିକୃତ ହୋଇଛି ।ପଞ୍ଜିକୃତ ହୋଇଥିବା ମାମଲା ମଧ୍ୟରୁ ୭,୦୪୮ ଜଣଙ୍କୁ ଖୋଜାଯାଇଥିବା ବେଳେ ୧୩,୦୧୨ ମାମଲା ଏବେ ବି ବିଚାରାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *