ଏବର୍ଷ ମଧ୍ୟ ନିଲାମ ହେଲା ମରିଚି କୁଣ୍ଡ ପାଣି

ଭୁବନେଶ୍ବର: ମରିଚି କୁଣ୍ଡରୁ ପବିତ୍ର ଜଳ ସଂଗ୍ରହ କରାଯାଇଛି। ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ମରିଚି କୁଣ୍ଡ ପାଣି ନିଲାମ ହୋଇଛି। ଏହି ଜଳକୁ ଗ୍ରହଣ କରିବା ସହ ସ୍ନାନ କଲେ ସନ୍ତାନପ୍ରାପ୍ତି ହୋଇଥାଏ ବୋଲି ଆବହମାନ କାଳରୁ ଲୋକଙ୍କ ମନରେ ବିଶ୍ୱାସ ରହିଛି। ନିଲାମ ଜଳକୁ ଗ୍ରହଣ କରିବା ପାଇଁ ନିଷ୍ଠାର ସହ ବହୁ ପରିବାର ଅପେକ୍ଷା କରିଥିବା ବେଳେ ରାତି ବାରଟା ସମୟରୁ ଏହି ନିଲାମ ପ୍ରଣାଳୀ ଆରମ୍ଭ ହୋଇଥିଲା। ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ମରିଚି କୁଣ୍ଡ ପାଣି ନିଲାମ ହୋଇଛି। ଏହି ଜଳକୁ ଗ୍ରହଣ କରିବା ସହ ସ୍ନାନ କଲେ ସନ୍ତାନପ୍ରାପ୍ତି ହୋଇଥାଏ ବୋଲି ଆବହମାନ କାଳରୁ ଲୋକଙ୍କ ମନରେ ବିଶ୍ୱାସ ରହିଛି। ନିଲାମ ଜଳକୁ ଗ୍ରହଣ କରିବା ପାଇଁ ନିଷ୍ଠାର ସହ ବହୁ ପରିବାର ଅପେକ୍ଷା କରିଥିବା ବେଳେ ରାତି ବାରଟା ସମୟରୁ ଏହି ନିଲାମ ପ୍ରଣାଳୀ ଆରମ୍ଭ ହୋଇଥିଲା। ପ୍ରକ୍ରିୟା ଅନୁସାରେ ତିନୋଟି ଡାକ ହୋଇଥିଲା। ପ୍ରଥମ ଘଡା ପାଣି ନିଲାମ ପାଇଁ ୨୦,୧୦୦ ଟଙ୍କା ସରକାରୀ ଡାକ ରହିଥିବା ବେଳେ ୨୧,୦୦୦ ହଜାର ଟଙ୍କାରେ ନିଲାମ ଶେଷ ହୋଇଥିଲା। ଏହାକୁ କଟକ ଜିଲ୍ଲା ଦାମୋଦରପୁରର ଜିତେନ୍ଦ୍ର ମହାରଣା ଓ ଜ୍ୟୋତ୍ସ୍ନା ମହାରଣା ନେଇଥିଲେ।ପ୍ରକ୍ରିୟା ଅନୁସାରେ ତିନୋଟି ଡାକ ହୋଇଥିଲା। ପ୍ରଥମ ଘଡା ପାଣି ନିଲାମ ପାଇଁ ୨୦,୧୦୦ ଟଙ୍କା ସରକାରୀ ଡାକ ରହିଥିବା ବେଳେ ୨୧,୦୦୦ ହଜାର ଟଙ୍କାରେ ନିଲାମ ଶେଷ ହୋଇଥିଲା। ଏହାକୁ କଟକ ଜିଲ୍ଲା ଦାମୋଦରପୁରର ଜିତେନ୍ଦ୍ର ମହାରଣା ଓ ଜ୍ୟୋତ୍ସ୍ନା ମହାରଣା ନେଇଥିଲେ ।

Leave a Reply

Your email address will not be published. Required fields are marked *