
ବ୍ରହ୍ମପୁର/ ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଓଡ଼ିଶା ଅଣ ଗେଜେଟେଡ୍ ବନସେବା ବ୍ରହ୍ମପୁର ସର୍କଲର ୨୦୨୫-୨୬ ପାଇଁ ନୂତନ କର୍ମକର୍ତ୍ତା ନର୍ବାଚନ ରବିବାର ଆର୍ସିସିଏଫ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଆର୍ ସି ସି ଏଫ କାର୍ଯ୍ୟାଳୟ ଅଧୀନରେ ଆସୁଥିବା ୯ଟି ବନଖଣ୍ଡର ବନରକ୍ଷୀ, ବନପାଳ, ଡେପୁଟି ରେଞ୍ଜର ନିର୍ବାଚନରେ ଭାଗ ନେଇ ନୂତନ କର୍ମକର୍ତ୍ତାଙ୍କୁ ନିର୍ବାଚିତ କରିଥିଲେ। ଏଥିରେ ସଭାପତି ଭାବେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ସଭାପତି ଅନୁପ କୁମାର ବିଷୋୟୀ ବ୍ରହ୍ମପୁରସର୍କଲ ସଭାପତି ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲା। ଅନୁପ ସର୍କଲ ସଭାପତି ହେବା ପରେ ତାଙ୍କ ସମର୍ଥକମାନେ ଖୁସିବ୍ୟକ୍ତ କରିବା ସହ ସଂଗଠନ ଆଗକୁ ବଢ଼ିବ ବୋଲି ଆଶା ରଖିଛନ୍ତି।ସେହିଭଳି ଉପସଭାପତି ଭାବେ ବୌଦ୍ଧ ବନଖଣ୍ଡର ସୁଶାନ୍ତ କୁମାର ସାହୁ ନିର୍ବାଚିତ ହୋଇଛନ୍ତି। ସମ୍ପାଦକ ବ୍ରହ୍ମପୁର ବନଖଣ୍ଡ ଅମରେଶ ଦାସ, ଯୁଗ୍ମ ସମ୍ପାଦକ ପାରଳାଖେମୁଣ୍ଡି ବନଖଣ୍ଡର ଦୁର୍ଯ୍ୟୋଧନ ଜେନା, ଘୁମୁସର ଦକ୍ଷିଣ ବନଖଣ୍ଡର ପୁଷ୍ପାଞ୍ଜଳି ଜେନା, କୋଷାଧ୍ୟକ୍ଷ ବ୍ରହ୍ମପୁରର ଗିରିଶ ଚନ୍ଦ୍ର ରାୟ, ସଂଗଠନ ସମ୍ପାଦକ ଘୁମୁସର ଦକ୍ଷିଣ ବନଖଣ୍ଡର ପି ସୁରତ କୁମାର ରାଓ, ବୌଦ୍ଧର ରାମଚନ୍ଦ୍ର ଦଳବେହେରା, ବାଲିଗୁଡ଼ାର ଦାଶରଥି ପଣ୍ଡା, ଘୁମୁସର ଉତ୍ତର ବନଖଣ୍ଡର ସୁଶୀଲ କୁମାର ରାଉତ ନିର୍ବାଚିତ ହୋଇଛନ୍ତି। ଏଥିସହ ମୁଖ୍ୟ ଉପଦେଷ୍ଟା ଭାବେ ଫୁଲବାଣୀ ବନଖଣ୍ଡର ସରୋଜ କୁମାର ମିଶ୍ର, ପାରଳାଖେମୁଣ୍ଡିର ସନ୍ତୋଷ କୁମାର ରଥ,ଘୁମୁସର ଦକ୍ଷିଣ ବନଖଣ୍ଡର ପଲ୍ଲବୀ ନନ୍ଦ ଓ ବୌଦ୍ଧ କେନ୍ଦୁପତ୍ରର ରାଜେଶ କୁମାର ସାହୁ ନିର୍ବାଚିତ ହୋଇଛନ୍ତି। ନିର୍ବାଚନକୁ ରାଜ୍ୟ ଅଧ୍ୟକ୍ଷ ଖଗେଶ୍ବର ସେଠୀ, ରାଜ୍ୟ ଉପସଭାପତି ଭବାନୀ ଶଙ୍କର ପରିଚ୍ଛା, ରାଜ୍ୟ ସହ ସମ୍ପାଦକ ସନ୍ତୋଷ ବିଷୋୟୀ ପରିଚାଳନା କରିଥିଲେ। ଏହାପୂର୍ବରୁ ସଂଗଠନର କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ସଭାପତି ଜଗବନ୍ଧୁ ପାତ୍ରଙ୍କ ସଭାପତିତ୍ବରେ ହୋଇଥିଲା। ଏଥିରେ ରାଜ୍ୟ ସରକାର କର୍ମଚାରୀମାନଙ୍କ ବିଭିନ୍ନ ଦାବିକୁ ପୂରଣ କରିଥିବା ଯୋଗୁ ସରକାର ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଯାଇଥିଲା ।