ଭଞ୍ଜନଗର : ବିଶ୍ୱ ଧରିତ୍ରୀ ଦିବସ ପାଳିତ

ବେଲଗୁଣ୍ଠା( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଶିଳ୍ପ ତାଲିମ କେନ୍ଦ୍ର ରେ ମଙ୍ଗଳବାର ବିଶ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏଥିରେ ପରିବେଶବିତ୍ ଶୁଳପାଣି ଶତପଥି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁ ସ୍ତରରେ ପରିବେଶ ସୁରକ୍ଷା ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ପୃଥିବୀ ପ୍ରତି ବିପଦ ମାଡ଼ି ଆସୁଛି। ପରିବେଶ ଦିନକୁ ଦିନ ନଷ୍ଟ ହେଉଛି। ତେଣୁ ଏହାକୁ ଆଖି ଆଗରେ ରଖି ଆମେ ସମସ୍ତେ ମିଳିମିଶି ଧରିତ୍ରୀ ର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଉପସ୍ଥିତ ଲୋକଙ୍କୁ ଶତପଥି ଆହ୍ବାନ କରିଥିଲେ। ଶିଳ୍ପ ତାଲିମ କେନ୍ଦ୍ର ର ଅଧକ୍ଷ ମଧୁସୂଦନ ମହାପାତ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ। ପରିବେଶପ୍ରେମୀ ବଳରାମ ମହାରଣା ସମ୍ମାନୀତ ଅତିଥି ଏବଂ କ୍ୟାପଟେନ ମହେନ୍ଦ୍ର କୁମାର ସୱାଇଁ ମୁଖ୍ୟବକ୍ତା ଭାବେ ଯୋଗଦେଇ ପରିବେଶ ସୁରକ୍ଷିତ କିଭଳି ରହିପାରିବ ସେନେଇ କହିଥିଲେ ।

Leave a Reply

Your email address will not be published. Required fields are marked *