ବେଲଗୁଣ୍ଠା : ଅଧିଷ୍ଠାତ୍ରୀ ଦେବୀ ମା ବ୍ରାହ୍ମଣ ଦେବୀଙ୍କୁ ଦର୍ଶନ କଲେ ବିଧାୟକ ନୀଳମଣି ବିଷୋୟୀ

ବେଲଗୁଣ୍ଠା ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ ): ପବିତ୍ର ଅକ୍ଷୟ ତୃତୀୟା ତିଥିରେ ବେଲଗୁଣ୍ଠା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ବ୍ରାହ୍ମଣ ଦେବୀଙ୍କୁ ବାପଘର ତରଫରୁ ନିମନ୍ତ୍ରଣ ମିଳିବା ପରେ ମା ବ୍ରାହ୍ମଣ ଦେବୀ  ସହସ୍ରକୋଟି ଆଶିଷ ଦେବା ଉଦ୍ଧେଶ୍ୟରେ ବାପଘରକୁ ଗୁରୁବାର ଦିନ ପହଞ୍ଚି ଅସ୍ଥାୟୀ ପୀଠରେ ବିରାଜମାନ କରିଛନ୍ତି । ମା ବାପଘର ବେଲଗୁଣ୍ଠାରେ ପହଞ୍ଚିବ ପରେ ମାଙ୍କ ଆଶୀର୍ବାଦ ନେବା ପାଇଁ ମାଙ୍କ ଅସ୍ଥାୟୀ ପୀଠ ନିକଟରେ ଗୁରୁବାର ଦିନ ସଂଧ୍ୟାରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ପହଞ୍ଚି ମାଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ମାଙ୍କ ଆଶିଷ ଗ୍ରହଣ କରିଛନ୍ତି । ପରେ ବିଧାୟକ ସ୍ଥାନୀୟ କିଛି ନେତୃବୃନ୍ଦଙ୍କ ସହ ମାଙ୍କ ଯାତ୍ରା ସମ୍ପର୍କରେ ସାମୟିକ ଆଲୋଚନା କରିଥିବା ଜଣାପଡିଛି । ଆସନ୍ତା ରବିବାର ଦିନ ମାଙ୍କ ମୁଖାରବିନ୍ଦ କାର୍ଯ୍ୟକ୍ରମ ରହିଥିବା କୋଳି ସାହି କମିଟି ସୁତରୁ ଜଣା ଜଣାପଡିଛି । ମୁଖରବିନ୍ଦ କାର୍ଯ୍ୟକ୍ରମ ପରେ ଆସନ୍ତା ୬ତାରିଖ ଦିନ ମା ଚଳିତ ବର୍ଷ ପ୍ରଥମ ଥର ପାଇଁ ସିଂହବାହୀନ ହୋଇ କୋଳି ସାହି ଓ ବଡ଼ଦାଣ୍ଡ ନଗର ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।

ବିଧାୟକ ନୀଳମଣି ବିଷୋୟୀ ମହାମାୟୀ ମା ବ୍ରାହ୍ମଣ ଦେବୀଙ୍କୁ ଦର୍ଶନ କରିବା ପାଇଁ ଆସିଥିବା ବେଳେ ବିଧାୟକଙ୍କ ସହ ବିଧାୟକଙ୍କ ଭଣଜା ତଥା ବିଶିଷ୍ଟ ଗୋଷ୍ଠୀ ସଙ୍ଗଠକ ଜିତେନ୍ଦ୍ର କୁମାର ନାୟକ , ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, ବ୍ଲକ ସାଂସଦ ପ୍ରତିନିଧି ରଞ୍ଜନ କୁମାର ରାଉତ,ସଙ୍ଗଠକ ଏଲ.ସଂଜୀବ ରେଡ୍ଡୀ, କାଉନସିଲର ଏ.ଦିଲ୍ଲୀପ କୁମାର ଆଚାରୀ, ଏସ.ଭାସ୍କର ପାତ୍ର, ଦିବ୍ୟରଞ୍ଜନ ଦାଶ, ପ୍ରଦୀପ କୁମାର ସେଠୀ, ସଙ୍ଗଠକ ନିଳାଞ୍ଚଳ ମହାପାତ୍ର ଓରଫ ମଲ୍ଲୀ, ପୂର୍ବତନ କାଉନସିଲର ଜିତେନ୍ଦ୍ର କୁମାର ସୁବୁଦ୍ଧି, ଗୋଷ୍ଠୀ ସଙ୍ଗଠକ ରଞ୍ଜିତ କୁମାର ସାମଲ, ଚିନଂ.ଚିଦାନନ୍ଦ ପାତ୍ର, ମନୋଜ କୁମାର ସ୍ୱାଇଁ,  ମହେନ୍ଦ୍ର କୁମାର ବେହେରା, ଯତୀନ ପାତ୍ର, ପୂର୍ବତନ ସରପଞ୍ଚ ପ୍ରମୋଦ କୁମାର ପ୍ରଧାନ, କେ.ଶଙ୍କର ପାତ୍ର,ନାରାୟଣ ସାହୁ, ଶୁଭ୍ରାନ୍ତ କୁମାର ପ୍ରଧାନ,ସମିତି ସଭ୍ୟ ପ୍ରଫୁଲ୍ଲ ଗୌଡ଼, ଜିଲ୍ଲା ପରିଷଦ ପ୍ରାର୍ଥୀ ସଞ୍ଜୟ କୁମାର ଜେନା, ସଙ୍ଗଠକ ଲକ୍ଷ୍ମଣ ପରିଡ଼ା, ରାଧାକୃଷ୍ଣ ସ୍ୱାଇଁ, ମଦନ ମୋହନ ମାହୁନ୍ତ, ଗଙ୍ଗାଧର ଡାକୁଆ, ଗୌରାଙ୍ଗ ସାହୁ, କଂଗ୍ରେସ ରାଉତ ,କୃଷ୍ଣଚନ୍ଦ୍ର ସାହୁ ଓ ଶତାଧିକ ଭକ୍ତ ଓ ବିଧାୟକଙ୍କ ଅନୁଗାମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *