
ଶେରଗଡ଼ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଏହି ଅବସରରେ ଶେରଗଡ଼ ୟୁସିଏ କମ୍ପୁଟର ଶିକ୍ଷାନୁଷ୍ଠାନ ପକ୍ଷରୁ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲ୍ଲା ବନ ସଂରକ୍ଷଣାଧିକାରୀ (DFO) ବିନୋଦ ଚନ୍ଦ୍ର ଆଚାର୍ଯ୍ୟ, ଅସ୍କା ରେଞ୍ଜ ଅଧିକାରୀ ପ୍ରମୋଦ ଚନ୍ଦ୍ର ପଣ୍ଡା, ମୟୂର ସୁରକ୍ଷା ସମିତି ଅଧ୍ୟକ୍ଷ ସମୀର ପ୍ରଧାନ, ପୂର୍ବତନ ବନ ବିଭାଗ କର୍ମଚାରୀ ରମେଶ ଚନ୍ଦ୍ର ପାତ୍ର, ଟ୍ରି ଫାଉଣ୍ଡେସନ ସମ୍ପାଦକ ନିରାକାର ବିଷୋୟୀ, ୟୁ ସି ଏ ନିର୍ଦ୍ଦେଶକ ଅଲୋକ କୁମାର ନାୟକ, ବିପ୍ଳବ ସେଠୀ ଏବଂ ଅଭିଜିତ ନାୟକ ଉପସ୍ଥିତି ରହି ପରିବେଶ ସୁରକ୍ଷା କ୍ଷେତ୍ର ରେ କାର୍ଯକାରୀ ଜଳବାୟୁ ପରିବର୍ତ୍ତନ ପ୍ରତି ସଚେତନ ହେବାକୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୬୦ ରୁ ଅଧିକ ସଂଖ୍ୟକ ଯୁବବର୍ଗ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ଏବଂ “ଆମ ପରିବେଶ, ଆମ ଦାୟିତ୍ୱ” ମନ୍ତ୍ର ସହିତ ଶପଥ ଗ୍ରହଣ କରି ପରିବେଶ ସୁରକ୍ଷାପାଇଁ ସଙ୍କଳ୍ପବଦ୍ଧ ହୋଇଥିଲେ ।