
ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର TPSODL କାର୍ଯାଳୟ ଭିତରେ ବୁଧବାର ଜଣେ ଅସ୍ଥାୟୀ କର୍ମଚାରୀ ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ କରିଛନ୍ତି। ଆତ୍ମହୁତି ଉଦ୍ୟମ କରିଥିବା କର୍ମଚାରୀ ଜଣକ ସେହି କାର୍ଯାଳୟ ର ଏନଫୋର୍ସମେଣ୍ଟ ସୁପରଭାଇଜର ଭକ୍ତରାମ ସାହୁ ବୋଲି ଜଣାପଡିଛି । TPSODL ରେ ଦୀର୍ଘ ଚାରି ବର୍ଷ ହେବ କାମ କରୁଥିବା ଭକ୍ତରାମଙ୍କୁ ଚଳିତ ମାସ ୩୧ରୁ ସେ ଚାକିରୀ ରୁ ଅବ୍ୟାହତ ନେବା ନେଇ ତାଙ୍କୁ ଗତ କିଛି ଦିନ ପୁର୍ବେ ବିଭାଗ ପକ୍ଷରୁ ନୋଟିସ ମିଳିଥିଲା। ଏହା ପରେ ସେ ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ। ଏହାର କାରଣ ସହ ସ୍ଥାୟୀ ସମାଧାନ ପାଇଁ ସେ ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଅବଗତ କରିଥିଲେ। ହେଲେ କୌଣସି ସୁଫଳ ମିଳିନଥିଲା। ଫଳରେ ବୁଧବାର କାର୍ଯାଳୟ ଖୋଲିବା ପରେ ଭକ୍ତରାମ ଦୁଇଟି ପ୍ଲାଷ୍ଟିକ ବୋତଲ ରେ ପେଟ୍ରୋଲ ନେଇ କାର୍ଯ୍ୟାଳୟ ମଧ୍ୟରେ ଦେହରେ ଢାଳି ଆତ୍ମହୁତି ଉଦ୍ୟମ କରୁଥିଲେ। ଦିଆସିଲିରୁ ନିଆଁ ଲଗାଇବା ପୁର୍ବରୁ କାର୍ଯ୍ୟାଳୟ ରେ ଉପସ୍ଥିତ ଥିବା ସହକର୍ମୀ ମାନେ ଛଡାଇ ଏପରି ନକରିବାକୁ ବୁଝାଇଥିଲେ। ଆଗମୀ ଦିନରେ ତାଙ୍କୁ ଯଦି ଉପଯୁକ୍ତ ନ୍ୟାୟ ନମିଳେ ତେବେ ପୁଣି ଆତ୍ମହତ୍ୟା କରିବେ ବୋଲି ଭକ୍ତରାମ ଚେତାବନୀ ଦେଇଛନ୍ତି।