ହତ୍ୟା ଉଦ୍ୟମ ମାମଲା: ୬ ଗିରଫ, ବନ୍ଧୁକ ଓ ଗୁଳି ଜବତ

ବ୍ରହ୍ମପୁର : ରାଜନୈତିକ ଆକ୍ରୋଶ ଓ ବ୍ୟବସାୟିକ କ୍ଷେତ୍ରରେ ଶତୃତାକୁ ନେଇ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଧନନ୍ତର ପଞ୍ଚାୟତର ନିରଞ୍ଜନ ଜେନା ଓରଫ କାଳିଆ ଜେନାଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା। ୨୦ ଲକ୍ଷ ଟଙ୍କା ବିନିମୟରେ କାଳିଆ ଜେନାଙ୍କୁ ହତ୍ୟା ପାଇଁ ଯୋଜନା କରାଯାଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଗୁରୁତର ଆହତ ହୋଇ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାକୁ ନେଇ ପୋଲିସ ଛାନଭିନ୍ ଚଳାଇ ବିଭିନ୍ନ ସ୍ଥାନରୁ ୬ ଜଣକୁ ଉଠାଇ ଆଣି ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଅଭିଯୁକ୍ତ ମାନେ ହେଲେ ଶେରଗଡ଼ ବ୍ଲକର ଅମିତାଭ୍ ବିଷୋୟୀ, କୃଷ୍ଣ ଚନ୍ଦ୍ର ସେଠୀ, କାମେଶ୍ଵର ଗୌଡ, ସୀମାଞ୍ଚଳ ବିଷୋୟୀ, ବଂଶୀଧର ବିଷୋୟୀ ଓ ସୂର୍ଯ୍ୟ ନାଇକ। ଏମାନଙ୍କ ଠାରୁ ୬ ବନ୍ଧୁକ, ୪୦ ରାଉଣ୍ଡ ଜୀବନ୍ତ ଗୁଳି, ୭ ଟି ମାଗାଜିନ୍ ଓ ୭ଟି ମୋବାଇଲ ଫୋନ ମିଳିଛି। ଏତଦବ୍ୟତୀତ ଶେରଗଡ଼ ବ୍ଲକ ବିଜେଡିର ପ୍ରଭାବଶାଳୀ ନେତାଙ୍କ ନାମ ମଧ୍ୟ ଏତଲାରେ ରହିଛି ବୋଲି ଶୁଣାଯାଉଛି।

Leave a Reply

Your email address will not be published. Required fields are marked *